BJD Bijuli 480×75 Mob

ଆଗାମୀ ନିର୍ବାଚନରେ ସଫଳତା ପାଇଁ ବିଜେଡିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ୯ ପ୍ରସ୍ତାବ ଗୃହୀତ

BJD Bijuli 480×75 Mob

ଭବାନୀପାଟଣା: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଳାହାଣ୍ଡି ବିଜୁ ଜନତା ଦଳ ନିଜର ପ୍ରାର୍ଥୀମାନଙ୍କୁ ଯେପରି ସଫଳତା ସହିତ ବିଜୟ କରି ନୂତନ ଅଧ୍ୟାୟ ସୃଷ୍ଟି କରିବ ସେଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ କର୍ମକର୍ତ୍ତାମାନେ ଜୋରଦାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଥିସହିତ ନବୀନ ପଟ୍ଟନାୟକ ଶାସନର ୨୨ ବର୍ଷର ସଫଳତା ଗାଁ ଗାଁରେ ପହଞ୍ଚାଇବା ପାଇଁ କଳାହାଣ୍ଡି ବିଜେଡିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଉପସ୍ଥିତ ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେବା ସହିତ ଏହି ବୈଠକରେ ୯ଗୋଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ଏବଂ ତୁରନ୍ତ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବଗୁଡିକ ପୂରଣ ପାଇଁ ଦାବି କରାଯାଇଛି।

ସ୍ଥାନୀୟ ଟାଉନହଲ ପରିସରରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ଜିଲ୍ଲା ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସମ୍ପାଦକ ଜେନେରାଲ ଭବାନୀ ଶଙ୍କର ମିଶ୍ର । ଏହି ବୈଠକରେ ବିଧାୟକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ ଯୋଗଦେଇ ଉପସ୍ଥିତ ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ତତନ ସାଂସଦ, ଦଳୀୟ ନେତୃମଣ୍ଡଳୀ, କର୍ମକର୍ତ୍ତା ଓ ସମସ୍ତ କର୍ମୀମାନେ ବର୍ତ୍ତମାନଠାରୁ ତୃଣମୂଳସ୍ତରକୁ ଯାଇ ଦଳ ପାଇଁ କାର୍ଯ୍ୟ କରିବାକୁ କର୍ଣ୍ଣମନ୍ତ୍ର ଦେବା ସହିତ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ଓ ଲୋକସଭା ଦଳୀୟ ପ୍ରାର୍ଥୀକୁ ଜିତାଇବା ଓ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନର ସଫଳତା ଓ ବିକାଶ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇ ଏକ ନୂତନ ଜନଜାଗରଣ ସୃଷ୍ଟି କରିବା ପାଇଁ ଉପସ୍ଥିତ କର୍ମୀ ଓ ଦଳୀୟ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ଜୁନାଗଡ ବିଧାୟକ ତଥା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦିବ୍ୟ ଶଙ୍କର ମିଶ୍ର , ନର୍ଲା ବିଧାୟକ ଭୂପେନ୍ଦ୍ର ସିଂହ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ନଗଳପାଳିକା ସଂଯୁକ୍ତା ବେହେରା ପ୍ରମୁଖ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନଠାରୁ ସମସ୍ତେ କାମକରିବା ପାଇଁ ଆହ୍ୱାନ ଦେବା ସହିତ ଯୁବ ଛାତ୍ର ଓ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ । ଏହି ଅବସରରେ ତରଫରୁ ଚାଷୀ ଓ ଚାଷର ଉନ୍ନତି ପାଇଁ ବର୍ତ୍ତମାନ କୃଷି ମହାବିଦ୍ୟାଳୟକୁ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା । କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ତଥା କୃଷି ଗବେଷଣା ପାଇଁ ଉର୍ବର ଜମି ଉପଲ୍ଲବ୍ଧି ଅଛି । ଚାଷୀମାନଙ୍କ ଧାନ ବିକ୍ରି ବ୍ୟବସ୍ଥାକୁ ସରଳୀକରଣ ଯଥା ଟୋକନ ବ୍ୟବସ୍ଥାକୁ ରିଫର୍ମ କରି ଭିତ୍ତିଭୂମିର ବିକାଶ ପାଇଁ ମଣ୍ଡିମାନଙ୍କରେ ଧାନ ରଖୁବାକୁ ସ୍ଥାଇ ବଡ ସେଡ୍ ନିର୍ମାଣ ସହିତ କପା ପାଇଁ ସ୍ଥାୟୀ ମଣ୍ଡିର ବ୍ୟବସ୍ଥା ଓ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରିବା ସହିତ କୋଲଡ ଷ୍ଟୋର ନିର୍ମାଣ, କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା, ଜିଲ୍ଲାର ଭବାନୀପାଟଣା ପୌରସଂସ୍ଥା, କେସିଙ୍ଗା ଜୁନାଗଡ଼ ଏବଂ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସବୁବେଳେ ବର୍ଷାଦିନରେ ପାଣି ଜମି ଅବ୍ୟବସ୍ଥା ସୃଷ୍ଟି ହେଉଛି । ତାହାର ସ୍ଥାୟୀ ସମାଧାନ ପାଇଁ ମାଷ୍ଟର ଡ୍ରଇଙ୍ଗ୍‌ ପ୍ଲାନ କରିବା ଓ ସୋରେଜ ସିଷ୍ଟମ କାର୍ଯ୍ୟକାରୀ କରିବା, ଭବାନୀପାଟଣାରେ ନଜୁଲ ବନ୍ଦୋବସ୍ତ ପାଇଁ ଏକ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତି କରି ବନ୍ଦୋବସ୍ତ ଶୀଘ୍ର କାର୍ଯ୍ୟକାରୀ, ଦୀର୍ଘ ଦିନରୁ ନର୍ଲାଠାରେ ପ୍ରସ୍ତାବିତ ରେଳ ଲୋକମୋଟିଭ କାରଖାନା ପ୍ରତିଷ୍ଠା ଓ ଜୁନାଗଡ଼ଠାରୁ ବିଶାଖାପାଟଣା ମଧ୍ୟରେ ଏକ ଏକ୍ସପ୍ରେସ ଟ୍ରେନ ଚଳାଚଳ, ଜିଲ୍ଲାରେ ମୁକ୍ତ ସାଂସ୍କୃତିକ ରଙ୍ଗମଞ୍ଚ ପ୍ରତିଷ୍ଠା, ଭବାନୀପାଟଣାଠାରେ ଏକ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରି ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିବା, ଏକ ସେଣ୍ଟ୍ରାଲ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା ଏବଂ ସହରମାନଙ୍କରେ ଜାଗା ମିଶନ୍ ଯୋଜନା ପାଇଁ ଏକ ଡ୍ରୋନ୍ ସର୍ଭେ କରାଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଜାଗା ମିଶନ୍ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା ଆଦି ୯ଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହିତ ତୁରନ୍ତ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହିତ ବିଚାର କରିବା ପାଇଁ ଦଳିୟ ନେତାମାନେ ଦାବି କରିଥିଲେ । ଏହି ବୈଠକରେ ସାଧାରଣ ସଂପାଦକ ଧର୍ମେନ୍ଦ୍ର ନାଏକ, ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ ଓ ଜିତେନ୍ଦ୍ର ମହାନ୍ତି ପରିଚାଳନା କରିଥିବା ବେଳେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ମହିଳା ସଭାନେତ୍ରୀ ଲଲିତା ନାଏକ, ଭବାନୀପାଟଣା ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ଅବଦୁଲ କାଦିର, ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଧବଳେଶ୍ବର ମହାପାତ୍ର, ବିଜେଡି ରାଜ୍ୟ ସଂପାଦକ ଚିତରଂଜନ ମଣ୍ଡଳ ସମେତ ଭବାନୀପାଟଣା ପୌରପରିଷଦ ସମସ୍ତ ବିଜେଡି କାଉନସିଲର, ସମସ୍ତ ବ୍ଲକ ଓ ଜିଲ୍ଲା କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବସରରେ ସଭା ସ୍ଥାନୀୟ ସର୍କିଟ ହାଉସରୁ ବିଜେଡି ଯୁବ ଓ ଛାତ୍ର ଏବଂ ବିଜେଡି କର୍ମୀଙ୍କ ଏକ ମୋଟର ସାଇକେଲ ଶୋଭାଯାତ୍ରା ଭବାନୀପାଟଣା ସହର ପରିକ୍ରମା କରି ଟାଉନହଲରେ ପହଞ୍ଚିଥିଲା ।

Comments are closed.