www.samajalive.in
Saturday, December 6, 2025
19.1 C
Bhubaneswar

କଳାହାଣ୍ଡି ମେଡ଼ିକାଲ କଲେଜକୁ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରାଯାଇଥିବାରୁ ଆଦିବାସୀ ସଂଘର କୃତଜ୍ଞତା

ଭବାନୀପାଟଣା : କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବା ପାଇଁ ଆଦିବାସୀ ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ସମେତ ଅନ୍ୟାନ୍ୟ ଆଦିବାସୀ ସଂଘ ରାଜ୍ୟସରକାରଙ୍କଠାରେ ଦାବି କରି ଆସୁଥିଲେ । ଉକ୍ତ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରି ମହାନ ଆଦିବାସୀ ନେତା ତଥା ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିଥିବା ଘୋଷଣା ପରେ ଜିଲ୍ଲାର ଆଦିବାସୀ ଓ ଅନ୍ୟାନ୍ୟ ସଂଗଠନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତା ପାଇଁ ମଙ୍ଗଳବାର ସ୍ଥାନୀୟ ହୋଟେଲ ଭାଗିରଥୀ ଇନ୍ ସଭାଗୃହରେ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ – ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟସରକାର ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଏତେ ବଡ଼ ସମ୍ମାନ ଦେଇଛନ୍ତି, ଯାହା ପ୍ରକାଶ କରିହେବ ନାହିଁ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରକାଶ ମାଝୀ, ଉପସଭାପତି ଭୁବନେଶ୍ୱର ମାଝୀ ଓ ରମେଶ ଚନ୍ଦ୍ର ମାଝୀ, ସାଧାରଣ ସଂପାଦକ ଋତୁ ରାଜ ମାଝୀ, ସଂଗଠନ ସଂପାଦକ ଲକ୍ଷଣ ଭୋଇ, ଆଦିସ୍କନ୍ଦ ସଭାପତି ରାଜେନ୍ଦ୍ର ଭୋଇ, ପୂର୍ବତନ ବିଧାୟକ କୁମରମଣୀ ଶବର, ନବ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ସମ୍ପାଦକ ସାଗର ମାଝୀ ଓ ଦେବରାଜ ମାଝୀ, କୋଷାଧ୍ୟକ୍ଷ ଉଦ୍ଧବ ପାତ୍ର ସମେତ ବିଭିନ୍ନ ବ୍ଲକର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ସେହିପରି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘର ସଭାପତି ପରମାନନ୍ଦ ମାଝୀ ମଧ୍ୟ କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିଥିବାରୁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories