www.samajalive.in
Monday, December 8, 2025
20.1 C
Bhubaneswar

ଗଦା ଦୋକାନରେ ନିଆଁ

ଭବାନୀପାଟଣା: ସ୍ଥାନୀୟ ଘୋଡାଘାଟ ଛକର ଏକ ଗଦା, ରେଜେଇ ଦୋକାନରେ ଗୁରୁବାର ଦିନ ପ୍ରାୟ ୧୦ଟା ୩୦ ସମୟରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଆକସ୍ମିକ ନିଆଁ ଯୋଗୁଁଁ ମହମ୍ମଦ ଭୋଲାଙ୍କ ଗଦା ଦୋକାନ ସହିତ ପ୍ରଦୀପ ତାଣ୍ଡିଙ୍କ ପନିପରିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା ଏକ ଡେଲିନିଡ୍ସ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ, ଏକ କାଠ ତିଆରି ମୂର୍ତ୍ତି ଦୋକାନ ଅଳ୍ପକେ ରକ୍ଷା ପାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ବ୍ୟସ୍ତ ବହୁଳ ଘୋଡ଼ାଘାଟ ଛକ ଉପରେ ନିଆଁ ଲାଗିବା ଏବଂ ଶତାଧିକ ଲୋକ ମୋବାଇଲରେ ଫଟୋ ଉଠାଇବାକୁ କେନ୍ଦ୍ରକରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏଣୁ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories