ସପିଂ ମଲ ଅଗ୍ନିକାଣ୍ଡ ନିଆଁ ଆୟତ୍ତ

ଭୁବନେଶ୍ଵର: ସପିଂ ମଲରେ ଅଗ୍ନିକାଣ୍ଡ। ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ୍-୩ ସପିଂ ମଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପୋଷାକ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇଥିବାର ଖବର ଆସିନି। ଗତକାଲି ରାତି ପ୍ରାୟ ୧୦ଟା ସମୟ​‌ରେ ଶ୍ରୀୟା ଛକ ନିକଟରେ ଥିବା ଅରେଲିଆ ସପିଂ ମଲର ଦ୍ଵିତୀୟ ମହଲାରୁ ଧୂଆଁ ବାହାରିଥିଲା। ମଲ ବାହାରେ ଥିବା କିଛି ସୁରକ୍ଷାକର୍ମୀ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦଳକଳ ବାହିନୀ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରାୟ ଘଣ୍ଟାଏ ପରିଶ୍ରମ କରିବା ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

Comments are closed.