www.samajalive.in
Thursday, December 11, 2025
18.1 C
Bhubaneswar

କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ୟାଭିଲିୟନ ଉଦଘାଟିତ

ଡେସ୍କ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁଙ୍କ ସହ ଫ୍ରାନ୍ସ ଏବଂ ମୋନାକୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାଭେଦ ଅଶରଫ ଆଜି ଫ୍ରାନ୍ସର କାନ୍ସ ୨୦୨୪ରେ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିଛନ୍ତି। କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରୁଛି। କାନ୍ସରେ ଥିବା ଭାରତ ପ୍ୟାଭିଲିୟନ ଭାରତୀୟ ଚଳଚ୍ଚିତ୍ର ସମୁଦାୟ ପାଇଁ ବିଭିନ୍ନ କାର୍ଯ୍ୟକଳାପରେ ନିୟୋଜିତ ହେବାପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏଥିରେ ଚଳଚ୍ଚିତ୍ର ନିର୍ମାଣ ସହଯୋଗକୁ ପ୍ରୋତ୍ସାହିତ କରିବା, ବିତରଣ ଚୁକ୍ତି ସ୍ୱାକ୍ଷର ଏବଂ ବିଶ୍ୱର ପ୍ରମୁଖ ମନୋରଞ୍ଜନ ଏବଂ ଗଣମାଧ୍ୟମ ପ୍ରତିଯୋଗୀଙ୍କ ସହ ନେଟୱାର୍କିଂ ଅନ୍ତର୍ଭୁକ୍ତ। ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପକ୍ଷରୁ ଚଳିତ ବର୍ଷର ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ବିଷୟବସ୍ତୁକୁ ଦର୍ଶାଇବା ପାଇଁ ‘ସୂତ୍ରଧାରା’ ନାମରେ ଏହି ‘ଭାରତ ପ୍ୟାଭିଲିୟନ୍’ର ଡିଜାଇନ୍ କରାଯାଇଛି।

ନିର୍ବାଚନରେ ନିୟୋଜିତ ଆସାମର ୩୦ରୁ ଅଧିକ ପୁଲିସ କର୍ମଚାରୀ ଦୁର୍ଘଟଣାରେ ଆହତ

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories