www.samajalive.in
Thursday, December 11, 2025
18.1 C
Bhubaneswar

ଭିଡିଓ: ଡିଜେଲରେ ତିଆରି ହେଉଛି ପରଟା, ହୋଟେଲ ମାଲିକ କହିଲେ ଏମିତି…

ନୂଆଦିଲ୍ଲୀ : ଆଜିକାଲି ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ସାମ୍ନାକୁ ଆସୁଛି । ଏଥିରେ ଅଜବ ଉପାୟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନଜର ଆସୁଛି । ଏମିତି ଏକ ଭିଡିଓରେ ଚଣ୍ଡୀଗଡରେ ଏକ ହୋଟେଲରେ ଡିଜେଲରେ ପରଟା ତିଆରି ହେବା ଦେଖିବାକୁ ମିଳିଥିଲା । ଏହାକୁ ସମସ୍ତେ ଡିଜେଲ ପରଟା କହୁଥିଲେ ।

- Advertisement -

ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତି ଯେତେବେଳେ ପରଟା ପ୍ରସ୍ତୁତ କରୁଥିବା ଲୋକକୁ ପଚାରୁଛନ୍ତି ସେ କହୁଛନ୍ତି ଯେ ଏହା ହେଉଛି ଡିଜେଲ ପରଟା । ଏହା ପରେ ସେ ପରଟାରେ ଭରପୁର ତେଲ ପକାଉଛନ୍ତି ଏବଂ କହୁଛନ୍ତି କି ଏହା ଡିଜେଲ । ତେଲ ଏତେ ଅଧିକ ପଡୁଛି ଯେ ଶେଷରେ ତାଓ୍ବାରୁ ବାହାରି ତେଲ ତଳେ ଢାଳିଯାଉଛି । ଏହାକୁ ପ୍ରତିଦିନ ୩୦୦ ଲୋକ ଖାଉଥିବା ସେ କହୁଛନ୍ତି ।

ତେବେ ଭିଡିଓ ଭାଇରାଲ ହେବା ପରେ ସେହି ହୋଟେଲର ମାଲିକ ପରେ ସ୍ପଷ୍ଟ କରିଛନ୍ତି ଯେ ଡିଜେଲରେ ପରଟା ତିଆରି ହୋଇନି । ବରଂ ଏହାର ନାଁ ହେଉଛି ଡିଜେଲ ପରଟା । ଭିଡିଓଟି କେବଳ ମନୋରଞ୍ଜନ ପାଇଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories