ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଇ ଶନିବାର ତିଆନଜିନ ସହରରେ ପହଞ୍ଚିଛନ୍ତି, ଯେଉଁଠି ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ତେବେ ମୋଦୀ ଚୀନରେ ପହଞ୍ଚିବା ପରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯିବା ସମୟରେ ‘ବନ୍ଦେ ମାତରଂ ଏବଂ ଭାରତ ମାତା କୀ ଜୟ’ ଧ୍ବନିରେ ଗୁଞ୍ଜରି ଉଠିଥିଲା ପରିବେଶ।
୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଚୀନ ଗସ୍ତ ଥିଲା। ଭୂରାଜନୈତିକ ଦୃଷ୍ଟିକୋଣରୁ ଏହି ଗସ୍ତ ଉଭୟ ଭାରତ ଏବଂ ଚୀନ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ। ସାରା ବିଶ୍ଵର ନଜର ଏସସିଓ ସମ୍ମିଳନୀ ଉପରେ ରହିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ବିନହାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଚୀନ ଏବଂ ଭାରତୀୟ ଅଧିକାରୀମାନଙ୍କ ପକ୍ଷରୁ ରେଡ୍ କାର୍ପେଟରେ ସ୍ଵାଗତ କରାଯାଇଥିଲା।
ପରେ ମୋଦୀ ହୋଟେଲରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସମୁଦାୟଙ୍କ ପକ୍ଷରୁ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରଂ’ ଗାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଯାହା ବେଶ ଆକର୍ଷଣୀୟ ଥିଲା। ଭାରତୀୟ ସ୍ଵାଧୀନତା ସଂଗ୍ରାମର ଏହି ସ୍ଳୋଗାନ ମନ୍ତ୍ରମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା।
#WATCH | Prime Minister Narendra Modi receives a warm welcome as he arrives at a hotel in Tianjin, China.
Chants of ‘Bharat Mata ki jai’ and ‘Vande Mataram’ raised by members of the Indian diaspora.
(Video: ANI/DD) pic.twitter.com/hiXQYFqm07
— ANI (@ANI) August 30, 2025



