ଭାରତ ଯୋଡ ନ୍ୟାୟ ଯାତ୍ରା ; ନାଗାଲାଣ୍ଡରେ ରାହୁଲ ଗାନ୍ଧୀ
କୋହିମା : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଏହା ତୃତୀୟ ଦିନରେ ପହଞ୍ଚିଛି। ନାଗାଲାଣ୍ଡର ରାଜଧାନୀ କୋହିମାରେ ରାହୁଲ ଗାନ୍ଧୀ ପହଞ୍ଚିଛନ୍ତି। ଏଠାରେ ଲୋକେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଲୋକେ ସ୍ୱାଗତ କରିବା ସମୟରେ ରାହୁଲ ଗାନ୍ଧୀ ମଧ୍ୟ ସେମାନଙ୍କ ସହ ହାତ ମିଳାଇ କଥା ହେଉଥିବା ଭିଡିଓରେ ଦେଖାଯାଉଛି।
ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ଗତ ବର୍ଷ ଆମେ ଦେଶ,ବିଭିନ୍ନ ସଂସ୍କୃତି, ଭିନ୍ନ ଧର୍ମ,ବିଭିନ୍ନ ଭାଷାକୁ ଏକାଠି କରିବା ପାଇଁ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏକ ଯାତ୍ରା କରିଥିଲୁ। ଏହାପରେ ଆମେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ପାଇଁ ଚିନ୍ତା କରି ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛୁ। ଏହି ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ।
Comments are closed.