www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ, ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇଯିବ ଏହି ଯାତ୍ରା

ଡେସ୍କ: ଭାରତୀୟ ଜାତୀୟ କଂଗ୍ରେସ ଆଜି ମଣିପୁରର ଥୋବାଲ ଜିଲ୍ଲାରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାକୁ ସର୍ବ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯାତ୍ରାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପରିଚାଳନା କରିବେ। ଏହି ଯାତ୍ରା ଦେଶର ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯିବ।

ଦଳୀୟ ନେତାଙ୍କ ପାଇଁ ନ୍ୟାୟ ଯାତ୍ରା କରନ୍ତୁ ରାହୁଲ – ବିଜେପି

- Advertisement -

ଥୋବାଲ ଜିଲ୍ଲାର ଖୋଙ୍ଗଜୋମରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଶ୍ରୀ ଖଡ଼ଗେ କହିଛନ୍ତି ଯେ ଦଳ ଧର୍ମନିରପେକ୍ଷତା, ସମାନତା ଏବଂ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରୁଛି। କଂଗ୍ରେସ ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ ତଥା ଗଣତନ୍ତ୍ରକୁ ବଞ୍ଚାଇବା ତଥା ଫାସିବାଦୀ ଶକ୍ତି ବନ୍ଦ କରିବା ପାଇଁ ଭାରତ ଯୋଡା ନ୍ୟାୟ ଯାତ୍ରା କରାଯାଇଛି। ସେ କହିଛନ୍ତି ଯେ ଲୋକମାନଙ୍କୁ ରୋଜଗାର ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ନ୍ୟାୟ ଯାତ୍ରା କରୁଛି। ଏହି ଯାତ୍ରା ମୂଲ୍ୟ ବୃଦ୍ଧି ଏବଂ କୃଷକଙ୍କ ଅଧିକାର ପାଇବା ପାଇଁ ନିଆଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories