୨ ରୁ ୧୮ ବର୍ଷଙ୍କ ପାଇଁ ବୁଷ୍ଟର ପାନ : ପରୀକ୍ଷା ଅନୁମତି ଲୋଡ଼ିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ : ୨ରୁ ୧୮ବର୍ଷର ପିଲାଙ୍କଠାରେ କରୋନା ଟିକା କୋଭାକ୍ସିନର ବୁଷ୍ଟର ପାନକୁ ପରୀକ୍ଷା କରିବା ଲାଗି ଭାରତ ବାୟୋଟେକ ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଠାରୁ ଅନୁମତି ଲୋଡିଛି । ଗତ ମାସରେ ଡିଜିସିଆଇ କୋଭାକ୍ସିନ ଟିକାକୁ ୬ରୁ ୧୨ବର୍ଷର ଶିଶୁଙ୍କ ଠାରେ ଜରୁରୀ ବ୍ୟବହାର ନିମନ୍ତେ ପ୍ରଦାନ କରିଛନ୍ତି । ସେହିପରି ୧୨ରୁ ଅଧିକ ବୟସର ପିଲାଙ୍କଠାରେ କୋଭାକ୍ସିନ ଟିକା ବ୍ୟବହାର ନିମନ୍ତେ ଗତ ଡିସେମ୍ବରରେ ଅନୁମତି ପ୍ରଦାନ କରାଯାଇଥିଲା। କୋଭାକ୍ସିନ ଏବେ ୬ରୁ ଊର୍ଦ୍ଧ୍ବ ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କ ଠାରେ ବ୍ୟବହାର କରାଯାଉଛି। ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ପାଇଁ ବୁଷ୍ଟର ପାନ ବ୍ୟବହାର କରାଯାଉଥିଛି। ୧୮ବର୍ଷରୁ କମ୍ ପିଲାଙ୍କ ଲାଗି ବୁଷ୍ଟର ପାନ ଅନୁମୋଦନ ମିଳିନି।

Comments are closed.