www.samajalive.in
Saturday, December 6, 2025
16.1 C
Bhubaneswar

ନକ୍ସଲ ବିରୋଧୀ ପ୍ରତିଷ୍ଠାତା ଭାରତ ଭୂଷଣଙ୍କ କନ୍ଧମାଳ ଜିଲା ଗସ୍ତ

ଫୁଲବାଣୀ/ବାଲିଗୁଡା: ନକ୍ସଲ ବିରୋଧୀ ଏସଏଚଏମଓଏ ଓ ଏଏନପିପିଏଫର ପ୍ରତିଷ୍ଠାତା ଭାରତ ଭୂଷଣ ଆଜି କନ୍ଧମାଳ ଗସ୍ତ କରି ଜିଲାର ବିଭିନ୍ନ ଅଞ୍ଚଳରେ ବୈଠକ କରିଥିବା ଜଣାଯାଇଛି। ଜିଲ୍ଲାର ଅତି ନକ୍ସଲ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ନିଜ ଟିମ ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ନକ୍ସଲ ଦମନର ରଣନୀତିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାଯାଇଛି। କିଭଳି ଅଧିକରୁ ଅଧିକ ଯୁବକମାନଙ୍କୁ ନକ୍ସଲ ବିରୋଧୀ ଏଏନପିପିଏଫରେ ସାମିଲ କରାଯିବ ସେ ବିଷୟରେ ଜିଲ୍ଲା ଟିମ ସହିତ ଆଲୋଚନା କରିଥିଲେ। ଯଦି ନକ୍ସଲ ଚିନ୍ତା ଛାଡି ଆଦିବାସୀଙ୍କ ବିକାଶ କାର୍ଯ୍ୟ କରିବାର ଅଛି କରନ୍ତୁ ନତୁବା ନକ୍ସଲ ବିରୋଧି ଟିମ୍‍ ଏହାର କଡ଼ା ଜବାବ୍‍ ଦେବ ବୋଲି ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି। ନକ୍ସଲ ବିରୋଧି ଟିମ୍‍ ସବୁବେଳେ ବିକାଶ ଏବଂ ଶାନ୍ତିରେ ବିଶ୍ୱାସ କରେ। ଯଦି ନକ୍ସଲ ଏସବୁ ଚାହାନ୍ତି ତେବେ ମୁକ୍ତି ଚର୍ଚ୍ଚା ନଚେତ ମୁକ୍ତ ଆଲୋଚନାକୁ ଆସନ୍ତୁ ବୋଲି ମଧ୍ୟ ଆହ୍ୱାନ ଦିଆଯାଇଛି। ନତୁବା ଲଢେଇ ସୁନିଶ୍ଚିତ ନକ୍ସଲ ଦମନ ପାଇଁ ବୋଲି ଭାରତ ଭୂଷଣ ପ୍ରକାଶ କରିଛନ୍ତି। ନକ୍ସଲଙ୍କ ମୁଖ୍ୟ ଟାର୍ଗେଟରେ ରହିବା ସତ୍ୱେ ବିନା ସୁରକ୍ଷାରେ ସେ ଜିଲ୍ଲାର ଅନେକ ଅଞ୍ଚଳ ଗସ୍ତ କରି ଟିମର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିବାର ଖବର ମିଳିଛି।

ଏହି ଏଏନପିପିଏଫ ସଂଗଠନ ରାଜ୍ୟରେ ୫ଟି ଜିଲ୍ଲାରେ କାର୍ଯ୍ୟକରୁଥିବା ବେଳେ ଅନେକ ସମୟରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ନକ୍ସଲମାନଙ୍କ କାର୍ଯ୍ୟକଳାପକୁ ବିରୋଧ ବ୍ୟାନ୍‍ ଓ ପୋଷ୍ଟର ମାରିଥିବାର ଦେଖାଯାଇଛି। ଏଏନପିପିଏଫ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡିଶା ଅଭିଯାନର ୟୁଥ ଗରିଲା ଦଳ ବୋଲି ଶ୍ରୀ ଭୂଷଣ ସୂଚନା ଦେବା ସହିତ ଯେଉଁଥିରେ ରାଜ୍ୟରେ ଦୁଇ ହଜାର ଯୁବକ ପାରମ୍ପରିକ ହତିଆର ସହିତ ଅଦୃଶ୍ୟ ଲଢେଇରେ ସାମିଲ୍‍ ଥିବାର ସେ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories