www.samajalive.in
Sunday, December 7, 2025
23.1 C
Bhubaneswar

ସିକୋରେ ଭାରତ ବନ୍ଦ ସଫଳ

ବେଗୁନିଆ : କେନ୍ଦ୍ରରେ ମୋଦୀ ସରକାର ସମୟରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଲାଣି ବୋଲି ବିଭିନ୍ନ ସଙ୍ଘଠନ ତରଫରୁ ଅଭିଯୋଗ ହୋଇ ଅସୁଥିଲା । ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମକୋର୍ଡ ଓ ଚାଷୀ ବିରୋଧୀ ୩ଟି କୃଷି ଆଇନ ବାତିଲ, ରେଲବାଇ, କୋଇଲା, ପ୍ରତିରକ୍ଷା ସମେତ ବ୍ୟାଙ୍କ ବୀମା ଭଳି ଆର୍ଥିକ କ୍ଷେତ୍ର ତୈଳ ଓ ବାଷ୍ପ ବନ୍ଦର ଆଦି ଲାଭଜନକ ରାଷ୍ଟ୍ରାୟତ ସରକାରୀ ବିଭାଗ ଗୁଡିକର ବିକ୍ରି/ଘରୋଇକରଣ ବନ୍ଦ କରିବା, ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ କର୍ମଚାରୀଙ୍କୁ ଛଟେଇ ପାଇଁ ଉଦ୍ଦିଷ୍ଟ ଲକ୍ଷ୍ୟ ପ୍ରତ୍ୟାହାର, ସମସ୍ତଙ୍କୁ ପେନସନ, ଏନପିଏସ ବାତିଲ ଆଦି ଦାବି ନେଇ ଏହି ଧର୍ମଘଟ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଠାରେ ଡାକରା ଦିଆଯାଇଥିଲା । ସିପିଆଇର ସିକୋ ଶାଖା ତରଫରୁ ସମ୍ପାଦକ ବେଣୁଧର ଭୁଜବଲ ,ସନାତନ ମାଝୀଙ୍କ ନେତୃତ୍ୱରେ ଦୀନବନ୍ଧୁ ଭରିମଲ , ହରିବନ୍ଧୁ ରଣସିଂହ , ଭଗବାନ ମହାପାତ୍ର , କେଶବ ଚନ୍ଦ୍ର ମାର୍ଥକ୍ଷ  , ସର୍ବେଶ୍ୱର ଚମ୍ପତି , ଭୀମସେନ ସାହୁ , ଅନ୍ତର୍ଯ୍ୟାମୀ ବଡ଼ପଣ୍ଡା ପ୍ରମୁଖ ଏହାର ନେତୃତ୍ୱ ନେଇ ନୂଆ ଜଗନ୍ନାଥ ସଡକ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦୋକାନ ବଜାର ବନ୍ଦ ରହିଥିଲା। ଫାଣ୍ଡି ଅଧିକାରୀ ସମସ୍ତଙ୍କୁ ବୁଝା ସୁଝା କରିବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories