www.samajalive.in
Sunday, December 7, 2025
16.1 C
Bhubaneswar

ସାବିତ୍ରୀ ପ୍ରଧାନ ପୁନର୍ବାର ଭାପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ଭାପୁର: ନୟାଗଡ଼ ଜିଲା ଭାପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ। ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ସେ ନିର୍ଦ୍ବନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ରୂପେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ସେ ସ୍ୱତଃସ୍ଫୁର୍ତ୍ତ ଭାବରେ ଅଧ୍ୟକ୍ଷା ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଫଳରେ ଗତ ୩ ମାସରୁ ଊର୍ଦ୍ଧ୍ବ ସମୟ ଧରି ଭାପୁର ବ୍ଲକ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା। ତେଣୁ ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ଅନୁଯାୟୀ, ଗୁରୁବାର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ସମୟ ନିର୍ଘଣ୍ଟ ଅନୁସାରେ, କଡ଼ା ସୁରକ୍ଷା ମଧ୍ୟରେ ବ୍ଲକର ମୋଟ ୨୦ ଜଣ ସମିତିସଭ୍ୟ/ସଭ୍ୟାମାନଙ୍କ ମଧ୍ୟରୁ ମୋଟ ୧୬ ଜଣ ସମିତିସଭ୍ୟ/ସଭ୍ୟା ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲେ। କିନ୍ତୁ ବିଜିପୁର, ଭାପୁର, କେନ୍ଦୁପଲ୍ଲି ଓ ପଥରଚକଡା ଗ୍ରାମପଞ୍ଚାୟତର ମୋଟ ୪ ଜଣ ସମିତିସଭ୍ୟ/ସଭ୍ୟା ଅନୁପସ୍ଥିତ ରହିଥିଲେ। ଫଳରେ ୧୬ ଜଣଙ୍କ ମଧ୍ୟରୁ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ଏକ ମାତ୍ର ପ୍ରାର୍ଥୀପତ୍ର ଦାଖଲ କରି ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷା ରୂପେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ପୁଣିଥରେ ସାବିତ୍ରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିବାରୁ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଏବଂ ଖଣ୍ଡପଡା ବ୍ଲକ ଉପାଧ୍ୟକ୍ଷ ଶିଶିର ସାହୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଭାପୁର ଅଞ୍ଚଳ ଜନସାଧାରଣଙ୍କ ପାଇଁ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବେ ବୋଲି ସାବିତ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories