ଭୁବନେଶ୍ଵର: ଜୟ ଢୋଲକିଆ ଆଇପିଏସ୍ ହିମାଂଶୁ ଲାଲଙ୍କ ପାଦ ସ୍ପର୍ଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ । ଜଣେ ପ୍ରାର୍ଥୀ ହୋଇ ସର୍ବସାଧାରଣରେ କାହିଁକି ସେ ଜଣେ ସରକାରୀ ଅଧିକାରୀଙ୍କ ପାଦ ଛୁଇଁଲେ କଂଗ୍ରେସ ଶୀତ ଅଧିବେଶନରେ ଉଠାଇବ। ହଠାତ୍ ବିନା କୌଣସି କାରଣରେ ଜଣେ ଆଇଜିଙ୍କୁ ନୂଆପଡ଼ା ଉପ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେବା ପଛର କାରଣ କଣ ଥିଲା। ସେଠାରେ ହିମାଂଶୁ ଲାଲ ନିଜ କଳ ବଳ କୌଶଳ ଲଗାଇ ଦେଇଥିଲେ। ତାଙ୍କ ଅଧିନରେ ଇଭିଏମ୍ ଥିଲା। ସେ ନୂଆପଡ଼ାର ଆଇନ ଶୃଙ୍ଖଳା ପରିସ୍ଥିତି ବୁଝୁଥିଲେ । ସେଥିପାଇଁ ଜୟ ହିମାଂଶୁଙ୍କ ପାଦ ଛୁଇଁ ଥିବା ତଥା ସେ ହିଁ ଜୟଙ୍କୁ ଜିତାଇ ଥିବା ଅନୁଭବ ହେଉଥିବା କହିଛନ୍ତି ଭକ୍ତ ଚରଣ ଦାସ ।
Popular Categories



