www.samajalive.in
Wednesday, December 10, 2025
14.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ବାଂଲାଦେଶ ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ଆତ୍ମଘାତୀ ଆକ୍ରମଣ ପଛରେ ବାଂଲାଦେଶର ହାତ ଥିବା ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସୂଚନା ମିଳିଛି। ଆକ୍ରମଣ ପୂର୍ବରୁ ବାଂଲାଦେଶର ରାଜଧାନୀ ଢାକାରେ ଷଡ଼ଯନ୍ତ୍ରକାରୀ ଆତଙ୍କୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ, ହିଜବୁଲ ଆତଙ୍କୀ ସଂଗଠନର ଢାକା ମୁଖ୍ୟ ଜୁବେର ଅହମ୍ମଦ, ସୈଫର ସହଯୋଗୀ ଇବତିମାସ ଇଲ୍ଲାହୀ ଜାହିର, ହାଫିଜ ଶୁଜାଦୁଲ୍ଲା ଏବଂ ହାଫିଜ ଅଲି ଫଜୁଲ ସମେତ ଅନ୍ୟ କେତେକ ଆତଙ୍କୀ ସାମିଲ ଥିଲେ ବୋଲି ଜଣାପଡ଼ିଛି।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ବୈଠକ ପରେ ଆତଙ୍କୀଙ୍କ ଏକ ଟିମ୍ ପଶ୍ଚିମବଙ୍ଗ ଦେଇ ଭାରତ ଆସିଥିଲା। ଭାରତର ବିଭିନ୍ନ ଜାଗା ବୁଲି ଆକ୍ରମଣ ସ୍ଥଳ ଚିହ୍ନଟ କରିଥିଲା। ପରବର୍ତ୍ତୀ ସମୟରେ ପାକିସ୍ତାନର ଏକ ରାଲିରେ ଆତଙ୍କୀ ସୈଫୁଲ୍ଲା ସୈଫ ଯୋଗଦେଇଥିବାବେଳେ ତାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ସୈଫୁଲ୍ଲା କହିଥିଲା ଯେ, ଲଶ୍କର ଆତଙ୍କୀ ସଂଗଠନର ସଦସ୍ୟମାନେ ବାଂଲାଦେଶରେ ସକ୍ରିୟ ଅଛନ୍ତି ଏବଂ ଭାରତରେ ଆକ୍ରମଣ ଯୋଜନା କରୁଛନ୍ତି। ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ଭିଡିଓ ପାଇବା ପରେ ହାଇ ଆଲର୍ଟରେ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories