www.samajalive.in
Sunday, December 14, 2025
23.1 C
Bhubaneswar

ଜାଗରଯାତ୍ରା ଆଉ ୫ ଦିନ; ମରାମତି ହେଲାନି ଭଦ୍ରକ ଆଖଣ୍ଡଳମଣି ମୁଖ୍ୟରାସ୍ତା

ଆରଡି: ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା (ମହାଶିବରାତ୍ରୀ)କୁ ଆଉ ମାତ୍ର ୫ଦିନ ବାକି। ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଏକ ମାସ ପୂର୍ବରୁ ଭଦ୍ରକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଏହି ବୈଠକରେ ଆଗନ୍ତୁକ ଭକ୍ତମାନଙ୍କ ଯାତାୟତର ସୁବିଧା ନିମନ୍ତେ ପୀଠକୁ ସଂଯୋଗ କରୁଥିବା ଆରଡି ଭଦ୍ରକ ମୁଖ୍ୟରାସ୍ତା ସହ କୁଆଖିଆ ଆଖଣ୍ଡଳମଣି ଜାତୀୟ ରାଜପଥର ଆରଡି ପ୍ରବେଶପଥ ଠାରୁ ବାଇପାସଛକ, କେନ୍ଦ୍ରାପଡା ଜିଲା ଅଧିନସ୍ଥ ରାଜ କନିକା ଆରଡି ରାସ୍ତାର ଦୋମଣ୍ଡା ଠାରୁ କର୍ଣ୍ଣପୁରଛକ, ଆରଡି ରାସ୍ତାର ଧାନଖଣିଆ ଠାରୁ ଡିଅସାହି ଛକ ଆଦି ସମସ୍ତ ରାସ୍ତାର ଖାଲଖମା ମରାମତି କାର୍ଯ୍ୟ ଜାଗରଯାତ୍ରାର ୧୦ ଦିନ ପୂର୍ବରୁ ମରାମତି କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ହେଲେ ଆଲୋଚନା ଓ ପ୍ରସ୍ତୁତି ଯେପରି ବୈଠକରେ ସୀମିତ ହୋଇ ରହିଯାଇଛି। ଜାଗରଯାତ୍ରାରେ ମଣିବାବାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ ଜମିବ। ହେଲେ ରାସ୍ତା ମରାମତି ତ ଦୂରର କଥା ଖାଲଖମା ରାସ୍ତାରେ ବାଲି ଚିପ୍ସି ପଡି ପାରିନାହିଁ। ଫଳରେ ଅସରାଏ ବର୍ଷା ହେଲେ ଖାଲଖମା ରାସ୍ତା ପାଣି ଜମି ରହୁଥିବାରୁ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ତୁରନ୍ତ ଜାଗରଯାତ୍ରା ପୂର୍ବରୁ ରାସ୍ତାର ମରାମତି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

୬୦ ବର୍ଷ ପରେ.. ମହାଶିବରାତ୍ରୀରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, କିଣିବେ ଭୂମି,ଘର,ଗାଡି..

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories