ଭବାନୀପାଟଣା: ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ କଳାହାଣ୍ଡି ପୋକ୍ସ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୩ ଅଗଷ୍ଟ ମାସରେ ବିଜେପୁର ଥାନା ଅଂଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ସ୍ଥାନୀୟ ପୋକ୍ସ କୋର୍ଟ ବିଚାରପତି ରାଜୀବ ଲୋଚନ ସାହୁ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଭିଯୁକ୍ତମାନେ ହେଲେ ଧନେଷ୍ଟି ନାଏକ, ଅମର ହରିଜନ ଓରଫ ଆଏବନ୍, ସୁମନ୍ତ ହରିଜନ ଏବଂ ରାଜୀବ ମାଝିଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।



