www.samajalive.in
Saturday, December 6, 2025
14.1 C
Bhubaneswar

କଛପ ଗତିରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଭବାନୀପାଟଣା/ ଥୁଆମୂଲ ରାମପୁର : ଜଳ ପାଇଁ ଗାଁରୁ ସହର ସବୁଠି ପାନୀୟଜଳର ବ୍ୟବସ୍ଥା ହେଉଛି। ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳ ଭାବେ ପରିଚିତ ଥୁଆମୂଲ ରାମପୁର ବ୍ଲକ୍ ଅଞ୍ଚଳବାସୀଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ଯୋଜନା ହେଇଛି। ଅଥଚ ଅନ୍ୟ ସମସ୍ତ ଯୋଜନା ଭଳି ଏ ଅଞ୍ଚଳବାସୀଙ୍କ ପାଇଁ ବୃହତ୍ ପାନୀୟ ଜଳ ପ୍ରକଳ୍ପ ଯୋଜନାଟି ଦୂରରେ ରହି ଯାଇଛି।
ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ବ୍ଲକର ୨୪ଟି ରୁ ୧୪ ଟି ପଞ୍ଚାୟତର ପ୍ରାୟ ୯୦ଟି ଗାଁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରୀ ଭାବେ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ  ଗତ ୪.୧୧.୨୨ରେ ଆରମ୍ଭ ହେଇଥିଲା। ପ୍ରାୟ ୯୮.୯୨ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପ ପାଇଁ ଗୋପୀନାଥ ପୁର ପଂଚାୟତର କମଳା ଗୁଡ଼ା ନିକଟରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଇଣ୍ଟେକ୍ ୱେଲ ନିର୍ମାଣ ହେଇ ପାଣି ଉଠିବ। ୧୪ଟି ପଂଚାୟତର ୯୦ଟି ଗାଁର ପ୍ରାୟ ୮୮୩୪ ଟି ଘରକୁ ପାଇପ ସଂଯୋଗ କରାଯାଇ ଜଳ ଯୋଗାଣ କରାଯିବାର ବ୍ୟବସ୍ଥା ହେଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର କୂଳ କମଲାଗୁଡ଼ାରୁ ଅଡ୍ରି ଯାଏଁ ପାଇପରେ ପାଣି ଅଣାଯାଇ ସେଠାରେ ଜଳ ବିଶୋଧନାଗାର ପ୍ରତିଷ୍ଠା ହେବ। ସେଠାରୁ ୧୪ଟି ଓଭର ହେଡ଼ ଟ୍ୟାଙ୍କ ମାଧ୍ୟମରେ ଗାଁକୁ ଗାଁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ।
ଫଳରେ ମାଲିଗାଁ, ଅଡ୍ରୀ, ଗୋପୀନାଥପୁର, ଡ଼ୁମେରପଦର, ବାଗଡିଆଣି, ତଳଝାପି, ବଡ଼ ଛତ୍ରଙ୍ଗ, ବିରିକୋଟ, ଥୁଆମୂଳ ରାମପୁର, ଗୋପାଳପୁର, ସିନ୍ଧିପଦର, ଥୁଆମୂଳ, କାଣିଗୁମା, ଗୁଣପୁର ପଂଚାୟତ ଯାଏଁ ପାଇପ ବିଛା ଯିବ।
ସୂଚନା ଅନୁଯାୟୀ ପ୍ରାୟ ୩୫୦ କିମି ପାଇପ ବିଛା ଯିବାକୁ ଖସଡ଼ା ପ୍ରସ୍ତୁତ ହେଇଛି। ତେବେ ଚୁକ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ୩ ତାରିଖ ସୁଦ୍ଧା କାମ ଶେଷ ହେବାକୁ ଦିନ ଧାର୍ଯ୍ୟ  ହେଇଛି। ଅଥଚ ବର୍ତମାନ ସୁଦ୍ଧା ପ୍ରାୟ ୧୫ ପ୍ରତିଶତ କାମ ସରିଛି। ବିଭିନ୍ନ କାରଣରୁ କାର୍ଯ୍ୟ ବିଳମ୍ବ ହେଉଥିବା, ଆଶାନୁରୂପ କାମର ଅଗ୍ରଗତି ହେଉନଥିବା ବିଭାଗୀୟ ସୂତ୍ରରୁ ସ୍ବୀକାର କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଥୁଆମୂଲ୍ ରାମପୁର ବ୍ଲକ୍ ଏକ ପାହାଡିଆ ଅଞ୍ଚଳ ହୋଇଥିବା ବେଳେ ଖରା, ବର୍ଷା, ଶୀତ ସବୁ ସମୟରେ ଅଞ୍ଚଳରେ ଜଳ ସଙ୍କଟ ଲାଗି ରହେ। ହେଲେ ଲୋକେ ଅନ୍ୟ ଉପାୟ ନପାଇ ବିଭିନ୍ନ ନାଳ ପାଣି ବ୍ୟବହାର କରନ୍ତି। ଏଣୁ ବୃହତ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଯଦି ତ୍ୱରାନ୍ୱିତ ନ ହୁଏ ତେବେ ଏହା ମଧ୍ୟ ଅନ୍ୟ ପ୍ରକଳ୍ପ ଗୁଡ଼ିକ ଭଳି ଧୁଆଁବାଣ ହେବା ସାର ହେବ। ଏଣୁ ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ କରାଯିବା କିମ୍ବା ଅନ୍ୟ କେତେକ ସଂସ୍ଥାକୁ ଏଥିରେ ନିୟୋଜିତ କରାଯିବାକୁ ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories