www.samajalive.in
Saturday, December 6, 2025
14.1 C
Bhubaneswar

ଢେପଗୁଡା ଘାଟିରେ ଟ୍ରକ ଦୁର୍ଘଟଣା; ୨ ମୃତ ,ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଲାଞ୍ଜିଗଡ : ଟ୍ରକ ଓଲଟି ୨ ବାଇକ ଆରୋହୀଙ୍କ ମୃତ୍ୟୁ। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ଗ୍ରାମର ଅରୁଣ ଧଙ୍ଗଡାମାଝୀ (୩୭) ଏବଂ ପଦ୍ମଲୋଚନ ପାତ୍ର(୩୫) ଦୁଇଜଣ ନର୍ଲା ଥାନା ଅଧିନସ୍ଥ ଗୋରକୋଲ ଗାଁକୁ ମିସ୍ତ୍ରୀ କାମ କରିବାକୁ ବାଇକ ଯୋଗେ ଯିବା ସମୟରେ ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ପୋଖରୀବନ୍ଦ ଗ୍ରାମପଞ୍ଚାୟତ ଅଧିନସ୍ଥ ଢ଼େପଗୁଡା ଜଙ୍ଗଲ ନିକଟରେ ରାୟଗଡା ପଟୁ ଆସୁଥିବା ଏକ କଣ୍ଟେନର ଦ୍ରୁତଗତିରେ ଆସି ପଛପଟେ ମାଡିଯିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇଜଣକ ଉପରେ ମାଡି ଟ୍ରକଟି ମଧ୍ୟ ଓଲଟି ପଡିଥିବା ବେଳେ ଘଟଣାସ୍ଥଳରୁ ଚାଳକ ଫେରାର ଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଭବାନୀପାଟଣା ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ରହିଥିବା ଯୋଗୁ ଶହ ଶହ ଗାଡି ଅଟକି ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories