www.samajalive.in
Saturday, December 6, 2025
16.1 C
Bhubaneswar

ପଥଉତ୍ସବ ଅନୁଷ୍ଠିତ

ଭବାନୀପାଟଣା : କଳାହାଣ୍ଡି ଉତ୍ସବ ଘୁମୁରା ପାଳନ ଅବସରରେ ସ୍ଥାନୀୟ ଜେଲଖାନା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ରାହାଗିରି ବା ପଥଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ଶାସ୍ତ୍ରୀ ଜି ଶିକ୍ଷାନିକେତନ୍ ଛାତ୍ରଛାତ୍ରୀଙ୍କ ଯୋଗ, ଜିମ୍ନାଷ୍ଟିକ, ଲୋକନୃତ୍ୟ , ମାସ ଡ୍ରିଲ ପ୍ରଦର୍ଶନ କରିଥିଲେ। ଉତ୍ସବସ୍ଥଳୀରେ ଆୟୋଜିତ ନର୍ସରୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗୁରୁ ସେଖ ମୁନାୱାରଙ୍କ ଟିମର ପ୍ରଶିକ୍ଷାର୍ଥ ମାନେ ଟାଏକୁଣ୍ଡୁ ପ୍ରଦର୍ଶନ କରିଥିଲେ। ବାଲ ଗୋପାଳ ସେବା ନିକେତନର ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିଥିଲେ। ବିକାଶ ଏବଂ ପ୍ରଗତି କଲେଜ୍ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗୋଲି, ପରିବେଷଣ,ନୃତ୍ୟ କରିଥିଲେ। ଜିଲ୍ଲାର ପରିଚିତ ଯୁବ କଳାକାର ଏଲ ଈଶ୍ୱର ରାଓଙ୍କ ଘୁଡକା ନାଚ ସହିତ ଉପସ୍ଥିତ ଛାତ୍ରଛାତ୍ରୀ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା।
ପତାଞ୍ଜଳି ଯୋଗ ସମିତି ଦ୍ଵାରା ଯୋଗ କରାଯାଇଥିଲା। କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନ୍ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରଦର୍ଶନୀ ଅନୁଷ୍ଠିତ ହେଇଥିଲା। ଅନେକ ଘରୋଇ ସ୍କୁଲ୍ ଛାତ୍ରଛାତ୍ରୀ ଏଥିରେ ସାମିଲ ହେଇଥିଲେ ମାତ୍ର ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଏଥିରେ ଦେଖିବାକୁ ମିଳିନଥିଲା। ତେବେ ସକାଳୁ ମଧ୍ୟାହ୍ନ ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକେ ଉପଭୋଗ କରିଥିଲେ।
ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏହାକୁ ଉଦ୍ଘାଟନ କରିଥିବା ବେଳେ କମିଟି ଅଧ୍ୟକ୍ଷ ଡଃ ଅଜୟ ମିଶ୍ର, ସଞ୍ଜୟ କୁମାର, ନୋଡାଲ ଅଫିସର ଶ୍ରୀକାନ୍ତ ଦଳେଇ, ନୀଳକଣ୍ଠ ବେହେରା, ସୁଶାନ୍ତ ସିଂ, ରୋହିତ ଦୁର୍ଗା ପ୍ରମୁଖ ଅନେକ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories