www.samajalive.in
Sunday, December 7, 2025
14.1 C
Bhubaneswar

ଜଳଭଣ୍ଡାରରେ ଛାତ୍ର ନିଖୋଜ ଘଟଣା : ହତ୍ୟା ମାମଲା ରୁଜୁ ଦାବିରେ ରାସ୍ତାରୋକ

ଭବାନୀପାଟଣା : ଗତକାଲି ଢ଼ୁସଗୁଡ଼ା ସ୍ଥିତ ରେତ ଜଳଭଣ୍ଡାରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି । ତେବେ ସେ ଯେଉଁ ସାଙ୍ଗ ମାନଙ୍କ ସହ ଆସିଥିଲେ , ସେମାନେ ତାଙ୍କୁ ପାଣିକୁ ଠେଲି ଦେଇ ଥାଇ ପାରନ୍ତି ବୋଲି ପରିବାର ଲୋକେ ଗତକାଲି ନର୍ଲା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏଯାଏଁ ଏତଲା ଗ୍ରହଣ ନ କରିବା ପ୍ରତିବାଦରେ ଆଜି ଛତିଗୁଡା ଛକରେ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ରାସ୍ତାରୋକ କରିଛନ୍ତି ।
ଉଲ୍ଲେଖଯୋଗ୍ୟ , ନିଖୋଜ ଛାତ୍ର ଆଲୋକ ପଣ୍ଡା ଓରଫ ସିଲୁ ଗତକାଲି ସାଙ୍ଗ ମାନଙ୍କ ସହ ରେତ ପ୍ରକଳ୍ପର ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ତେବେ ତାଙ୍କ ସହିତ ଆସିଥିବା ଦୁଇ ଛାତ୍ର ଏବଂ ଦୁଇ ଛାତ୍ରୀ ସେମାନଙ୍କୁ ପାଣିକୁ ଠେଲି ଦେଇଥିବା ଅଭିଯୋଗ କରି ପରିବାର ଲୋକେ ଗତକାଲି ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ତେବେ ପୁଲିସ ଏନେଇ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗତକାଲି ବିଳମ୍ୱିତ ରାତି ଯାଏଁ ପଚରା ଉଚରା ପରେ ଛାଡ଼ି ଦେଇଛି । ଗତକାଲି ଠାରୁ ଭବାନିପାଟଣା ଅଗ୍ନିଶମ ବିଭାଗ ଏବଂ ନର୍ଲା ପୁଲିସ ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲେ । ଆଜି ସକାଳୁ ମଧ୍ୟ ନିଖୋଜ ଛାତ୍ରଙ୍କୁ ଜଳଭଣ୍ଡାରରେ ଖୋଜା ଖୋଜି ଚାଲିଛି । ତେବେ ନିଖୋଜଙ୍କ ସଂକ୍ରାନ୍ତରେ କିଛି ସୂଚନା କିମ୍ବା ନିଖୋଜ ଛାତ୍ର ଏଯାଏଁ ମିଳିନଥିବାରୁ ପୁଲିସର ତଦନ୍ତ ଚାଲୁ ରହିଛି । ଅନ୍ୟପକ୍ଷରେ ନିଖୋଜଙ୍କ ସାଙ୍ଗ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ଦାବିରେ ଆଜି ସକାଳ ୯ ଟା ୩୦ ରୁ ଛତିଗୁଡା ଛକରେ ରାସ୍ତା ରୋକ ଚାଲିଛି । ଫଳରେ ଭବାନୀପାଟଣାରୁ ନର୍ଲା, ମଦନପୁର ରାମପୁର , ଲାଞ୍ଜିଗଡ ତଥା ରାୟଗଡା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବରିଷ୍ଠ ପୁଲିସ ଅଧିକାରି ମାନେ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତଥାପି ଖବର ଲେଖାଯିବା ବେଳକୁ ରାସ୍ତାରୋକ ଜାରି ରହିଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories