ଉତ୍ତର ଭୁବନେଶ୍ୱର: ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱ ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଓଡିଆ ସଂସ୍କୃତି, ପରମ୍ପରା ଓ ଚଳଣି ଉପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ କୃତୀ ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ କଳିଙ୍ଗ ପୁସ୍ତକମେଳା କମିଟି ସମ୍ପାଦିକା ରେଣୁକା ମିଶ୍ର, ଡାକ୍ତର ସୃଷ୍ଟି ମହାପାତ୍ର, ନମିତା ଦାସ, ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଶାନ୍ତି ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅସ୍ତିତ୍ୱର ସମ୍ପାଦିକା ଡ଼ ମମତା ଦାସ ମଞ୍ଚ ପରିଚାଳନା କରିଥିଲେ। ଲେଖିକା ଡ଼ ବାସନ୍ତି ମହାନ୍ତି, ବି ରାମଲକ୍ଷ୍ମୀ, ପ୍ରଜ୍ଞା ଦାସ, ରଶ୍ମୀତା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବେଦମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



