www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ-ହଷ୍ଟେଲ ଫି’ ହ୍ରାସ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ହଷ୍ଟେଲ ଫି’ ହ୍ରାସ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଛାତ୍ରାବାସରେ ରହୁଥିବା ଛାତ୍ର ଓ ଛାତ୍ରୀଙ୍କ ହଷ୍ଟେଲ ଫି’ କମାଇବା ଦାବିରେ ଅନ୍ତେବାସୀମାନେ ୱାଡନଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅନ୍ତେବାସୀଙ୍କ ଅଭିଯୋଗ ଅନୁଯାୟୀ ୨୦୨୦-୨୧ ପ୍ରଥମ ଶିକ୍ଷା ବର୍ଷରେ ହଷ୍ଟେଲରେ ରହିବା ନିମନ୍ତେ ବିଦ୍ୟାର୍ଥୀ ମାନେ ଗତ ଫେବୃୟାରୀ ମାସରେ ୩୩୦୦ ଟଙ୍କା ବିଶ୍ଵବିଦ୍ୟାଳୟରେ ଜମା କରିଥିଲେ। ଏହାପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଦ୍ୟାର୍ଥୀ ମାନଙ୍କୁ ହଷ୍ଟେଲ ରୁମ ଆବଣ୍ଟନ କରାଯାଇଥିଲା। କିନ୍ତୁ କରୋନା ଦୃତୀୟ ଲହରକୁ ଦୃଷ୍ଟିରେ ରଖି ଗତ ମେ ମାସରେ ୧୩ତାରିଖରେ ହଷ୍ଟେଲ ଖାଲି କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା। ଏହାପରେ ମେ ୧୬ତାରିଖରେ ବିଦ୍ୟାର୍ଥୀ ମାନେ ହଷ୍ଟେଲ ଖାଲି କରିଥିଲେ। କରୋନା କଟକଣା କୋହଳ ହେବା ପରେ ଅଗଷ୍ଟ ମାସରେ ହଷ୍ଟେଲ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ରହିବାକୁ ଅନୁମତି ଦିଆଯାଇଥିଲା। ପୁଣି ଚଳିତ ମାସ ୧ ତାରିଖରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ହଷ୍ଟେଲ ଫି’ ବାବଦରେ ବିଜ୍ଞପ୍ତି ଜାରି କରିଛନ୍ତି।

 

- Advertisement -

ଉକ୍ତ ବିଜ୍ଞପ୍ତିରେ ୫ ହଜାର ୩୫୦ ଟଙ୍କା ପଇଠ ପାଇଁ ଉଲ୍ଲେଖ ରହିଛି। ଆସନ୍ତା ୮ ତାରିଖରେ ମଧ୍ୟରେ ପଇଠ ପାଇଁ ସମୟ ଧାଯ୍ୟ କାରାଯାଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ ଦୀର୍ଘ ୪ ମାସ ହଷ୍ଟେଲରେ ରହି ନ ଥିବାରୁ କର୍ତ୍ତୃପକ୍ଷ ଧାଯ୍ୟ କରିଥିବା ହଷ୍ଟେଲ ଫି’ ହ୍ରାସ କରିବା ପାଇଁଁ ଅନୁରୋଧ କରାଯାଇଛି। ଏ ନେଇ ୱାର୍ଡନ ପ୍ରଫେସର୍ ପ୍ରସନ୍ନ କୁମାର ସ୍ବାଇଁ ଓ ଛାତ୍ରୀ ନିବାସର ୱାର୍ଡ଼଼ନ ପ୍ରଫେସର ପୁଷ୍ପାଞ୍ଜଳୀ ସାମନ୍ତରାୟଙ୍କ ସହ ଯୋଗାଯୋଗ ବେଳେ ଉଭୟ କହିଥିଲେ ଯେ ହଷ୍ଟେଲ କମିଟି ବୈଠକରେ ଅନ୍ତେବାସୀଙ୍କ ଅଭିଯୋଗକୁ ଦୃଷ୍ଟି ଆକର୍ଷଣ କରାଯିବ। କମିଟିର ନିଷ୍ପତ୍ତି କ୍ରମେ ୫ଶହ ଟଙ୍କା କମ କରାଯାଇଥିବା କହିଛନ୍ତି। କିନ୍ତୁ ଛାତ୍ର ଛାତ୍ରୀ ମାନେ ଫି’କୁ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ଦାବି କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories