ବ୍ରହ୍ମପୁର: ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ ପ୍ରକାଶ ପାଇଛି। ଏଥିରେ ବ୍ରହ୍ମପୁର ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ସମ୍ବଲପୁର, ପୁରୀ , ରାଉରକେଲା, କଟକ ଓ ଭଦ୍ରକ ସ୍ଥାନ ପାଇଛନ୍ତି। ପୂର୍ବରୁ ଦେଶର ସ୍ୱଚ୍ଛ ସର୍ବେକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏଥିରେ ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପ୍ରଥମ ସ୍ଥାନରେ ରହିଛି। ତେବେ ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇ ୨୧୬ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ୨୮୮ତମ ସ୍ଥାନରେ ରହିଛି। ସୂଚନାଯୋଗ୍ୟ ଯେ ଗତବର୍ଷ ଭୁବନେଶ୍ୱର ସ୍ୱଚ୍ଛତା ତାଲିକାରେ ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା।
Popular Categories



