www.samajalive.in
Saturday, December 6, 2025
26.1 C
Bhubaneswar

ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ

ବ୍ରହ୍ମପୁର: ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ୫୦ତମ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଖେଳ ପଡିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଓକିଲ ସଂଘ ସହଯୋଗରେ ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସିରେ ଯୋଗଦେଇ ଉଦଘାଟନ କରିଥିଲେ । ରାଜ୍ୟ ସଂଘ ସଭାପତି ଜ୍ଞାନରଞ୍ଜନ ମହାନ୍ତିଙ୍କ ତତ୍ୟବଧାନରର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଅଭର୍ଥନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଓକିଲ ସଂଘର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ସମ୍ପାଦକ ପ୍ରଦୀପ ବେହେରାଙ୍କ ସମେତ ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଧାୟକ ଅତିଥି ଭାବେ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆଭାସିରେ ଯୋଗଦେଇ ଉପସ୍ଥିତ ଆଇନଜୀବୀଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଓଡ଼ିଶାରେ ଆଇନଜୀବୀ ଏକାଡେମୀ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଗଞ୍ଜାମରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଗଂଜାମ ଓକିଲ ସଂଘ ପକ୍ଷରୁ ଯେଉଁ ଦାବି ହେଉଛି ତାକୁ ନିଖିଳ ଓଡିଶା ଆଇନଜୀବୀ ସଙ୍ଘ ସମର୍ଥନ ଜଣାଉଛି ବୋଲି ସଭାପତି ଏଠାରେ ଘୋଷଣା କରିଥିଲେ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories