www.samajalive.in
Saturday, December 6, 2025
26.1 C
Bhubaneswar

କଳାଟଙ୍କା କାରବାର ମାମଲା: ଇଡିର ଅତିରିକ୍ତ ଅଭିଯୋଗ ଫର୍ଦ୍ଦରେ ଅନିଲ ଦେଶମୁଖ ମୁଖ୍ୟ ଅଭିଯୁକ୍ତ

ମୁମ୍ବଇ: ମହାରାଷ୍ଟ୍ରର ପୁଲିସ ବିଭାଗରେ ବଳପୂର୍ବକ ଅର୍ଥ ଆଦାୟ ଏବଂ କଳାଟଙ୍କା କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୭ହଜାର ପୃଷ୍ଠାର ଅତିରିକ୍ତ ଅଭିଯୋଗ ଫର୍ଦ୍ଦରେ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି । ମୁମ୍ବଇର ସ୍ୱତନ୍ତ୍ର ପିଏମଏଲଏ ଅଦାଲତରେ ଏହି ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ଯେ ୭୧ ବର୍ଷ ବୟସ୍କ ଅନିଲ ଦେଶମୁଖଙ୍କୁ ଇଡି ଅଧିକାରୀମାନେ ଦୀର୍ଘ ସମୟ ଜେରା କରିବା ପରେ ତାଙ୍କୁ ଗତ ନଭେମ୍ବର ୧ ତାରିଖରେ ଗିରଫ କରାଯାଇଥିଲା । ସଂପ୍ରତି ସେ ମୁମ୍ବଇର ଆର୍ଥର ରୋଡ କାରଗାରରେ ବନ୍ଦୀ ଅଛନ୍ତି । ଏହି ଅଭିଯୋଗ ଫର୍ଦ୍ଦରେ ଦେଶମୁଖଙ୍କର ଦୁଇ ପୁଅଙ୍କ ନାମ ମଧ୍ୟ ଅଭିଯୁକ୍ତ ଭାବରେ ସ୍ଥାନପାଇଛି । ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀର ସିଂ ତାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆଣିବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଏପ୍ରିଲ ୨୧ରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ଇଡି ପକ୍ଷରୁ ଦେଶମୁଖ ଏବଂ ଅନ୍ୟମାନଙ୍କ ବିରୋଧରେ କଳାଟଙ୍କା କାରବାର ମାମଲା ଦାଏର କରାଯାଇଥିଲା । ପୂର୍ବରୁ ଇଡି ପକ୍ଷରୁ ଅଦାଲତରେ କୁହାଯାଇଥିଲା ଯେ, ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ସମୟରେ ମୁମ୍ବଇର ତତ୍କାଳୀନ ପୁଲିସ ଅଧିକାରୀ ସଚିବ ୱାଜେଙ୍କ ଜରିଆରେ ବିଭିନ୍ନ ମଦ୍ୟଶାଳା ଏବଂ ଭୋଜନାଳୟରୁ ବେଆଇନ ଭାବରେ ବିପୁଳ ଅର୍ଥ ଆଦାୟ କରିଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories