www.samajalive.in
Saturday, December 6, 2025
14.1 C
Bhubaneswar

କୁଖ୍ୟାତ ଗାଡି ଚୋର ଗିରଫ ; ୯ ବାଇକ ଓ ସ୍କୁଟି ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ଏକ ବଡ ସଫଳତା ମିଳିଛି ବୋଲି ଶୁକ୍ରବାର ଜଣାପଡ଼ିଛି । ବ୍ରହ୍ମପୁର ପୁଲିସ କୁଖ୍ୟାତ ଗାଡି ଚୋର ଏଲ ଶିବା ରେଡିକୁ ଗିରଫ କରିଛି । ତା ନିକଟରୁ ଚୋରି ହୋଇଥବା ୯ଟି ବାଇକ ଓ ସ୍କୁଟି ଜବତ କରାଯାଇଛି । ଶିବାର ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରରେ ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏମକେସିଜି ମେଡିକଲ କ୍ୟାମ୍ପସ ପରିସରରୁ ଚୋରି ହୋଇଥବା ଏକ ହୋଣ୍ଡା ସାଇନ ମୋଟର ସାଇକେଲର ତଦନ୍ତ କରୁ କରୁ ବୈଦ୍ୟନାଥ ପୁର ଥାନା ପୁଲିସ ଶିବାକୁ କାବୁ କରିଥଲା । ତାକୁ ପଚରା ଉଚରା ବେଳେ ଶିବା ଓ ତାର ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ୯ଟି ମୋଟର ସାଇକେଲ ଚୋରି ସମ୍ପର୍କରେ ସ୍ୱୀକାର କରିଥଲା ପରେ ଗୋଶାଣିନୁଆଗାଁ, ଟାଉନ ଓ ଵୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ସମସ୍ତ ୯ଟି ଚୋରି ମୋଟର ସାଇକେଲକୁ ଜବତ କରାଯାଇଥିଲା । ଉଦ୍ଧାର ହୋଇଥିବା ମୋଟର ସାଇକେଲ ଗୁଡିକର ମାଲିକଙ୍କ ସନ୍ଧାନ କରାଯାଉଛି ବୋଲି ଅତିରିକ୍ତ ଏସପି ଉତରାୟ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories