www.samajalive.in
Saturday, December 6, 2025
14.1 C
Bhubaneswar

ଚତୁର୍ଥ ଥର ପାଇଁ ପ୍ଲାଜମା ଦେଲେ କେ.ଯୁଧିଷ୍ଠିର ରାଓ

ବ୍ରହ୍ମପୁର: କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଇଛି। ଏଥିରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ପ୍ଲାଜମା ଦାନ କରୁଛନ୍ତି। ଜିଲ୍ଲାରେ ଅନେକ କୋଭିଡ ଯୋଧ୍ୟା ଅଛନ୍ତି କିନ୍ତୁ ଏ ସମସ୍ତଙ୍କ ଭିତରେ ସ୍ୱତନ୍ତ୍ର ଅଛନ୍ତି କେ.ଯୁଧିଷ୍ଠିର ରାଓ(ଚିଟି)।  ସେ ଗଞ୍ଜମ ଜିଲ୍ଲାର ଓଏସଏପି ଅଷ୍ଟମ ବାଟାଲିଆନରେ ସିପାହୀ ରୂପେ କାର୍ୟ୍ୟରତ ଅଛନ୍ତି। ମହାମାରୀ ସମୟରେ ସେ ନିଜ ଦାୟିତ୍ୱ କରିବା ସମୟରେ ନିଜେ ସଂକ୍ରମିତ ହୋଇ ସୁସ୍ଥ ମଧ୍ୟ ହୋଇଥିଲେ। ଏବଂ ଆବଶ୍ୟକ ସମୟରେ ସେ ନିଜର ପ୍ଲାଜମା ଦାନ ମଧ୍ୟ କରିଥିଲେ କିନ୍ତୁ ଏ ସବୁ ଭିତରେ ଅଲଗା ଅଛନ୍ତି ସିପାହୀ ଚିଟି। କାରଣ ସେ ଆଜି ଜିଲ୍ଲାରେ ପ୍ରଥମ ବ୍ୟକ୍ତି ଯିଏ ଚତୁର୍ଥ ଥର ପାଇଁ ପ୍ଲାଜମା ଦାନ କରିଛନ୍ତି। ତାଙ୍କରି ଏହି ଇଛା ଶକ୍ତି ଲାଗି ସମ୍ପୂର୍ଣ୍ଣ ବାଟାଲିଆନର ୧୦୦ ରୁ ଅଧିକ ସିପାହୀ ମଧ୍ୟ ପ୍ଲାଜମା ଦାନ କରିଛନ୍ତି। ଆଜି ସେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପ୍ଲାଜମା ଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories