ବଙ୍ଗୋମୁଣ୍ଡା ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବେଳପଡା ପଞ୍ଚାୟତ ଡଙ୍ଗିଆ ଗ୍ରାମରେ ଚାଉଲିଆ ଗ୍ରାମର ନେତ୍ରମୋହନ ବନଛୋରଙ୍କୁ ହତ୍ୟା କରିବା ଘଟଣା ବହୁଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଗ୍ରାମବାସୀଙ୍କ ପକ୍ଷରୁ ହତ୍ୟା କାରୀଙ୍କୁ ଗିରଫ ଦାବି ନେଇ ପୁଲିସ ଡିଜିଙ୍କ ଉଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଅନୁପସ୍ଥିତିରେ ବରିଷ୍ଠ ସହାୟକ ଦମୟନ୍ତୀ ବରିହାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସୂଚନା ଅନୁଯାୟୀ, ଚାଉଲିଆ ଗ୍ରାମର ନେତ୍ର ମୋହନ ବନଛୋର ସବୁଦିନ ପରି ୨୪ ଅକ୍ଟୋବର ଦିନ ତାଙ୍କ ଶଶୂର ଘରକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କଲା ପରେ ମଧ୍ୟ ପାଇନଥିଲେ। ଅକ୍ଟୋବର ୨୫ ତାରିଖ ଅପରାହ୍ନ ୩ ଘଟିକାରେ ଡଙ୍ଗିଆ ଗ୍ରାମର ଏକ କପା କିଆରୀରେ ଶବ ପଡିଥିବା ଖବର ପଇଥିଲେ। ପରେ ଗ୍ରାମବାସୀ ୨୮ ତାରିଖରେ ଥାନାରେ ହତ୍ୟା କରି ଶବ ଫିଙ୍ଗି ଦେଇ ଥିବା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଘଟଣା ଘଟିବାର ୨୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ହତ୍ୟା କାରୀଙ୍କୁ ଗିରଫ ଦାବି ନେଇ ଗ୍ରାମବାସୀଙ୍କ ପକ୍ଷରୁ ପୋଲିସ ଡି.ଜି., ବଲାଙ୍ଗିର ଏସପି., ଗୃହ ମନ୍ତ୍ରୀ, ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ମୃତକଙ୍କ ସ୍ତ୍ରୀ ମନ୍ଦାର ବନଛୋର, ନିରାକାର ବନଛୋର,ଅ ଜିତ କୁମାର ବନଛୋର, ତ୍ରିବିକ୍ରମ ବଚ୍ଛା, ନାରାୟଣ ଜାଲ, ଗୋକୁଲାନନ୍ଦ ବନଛୋର, ସୁବାଷ ବନଛୋର ପ୍ରମୁଖଙ୍କ ସହ ଶତାଧିକ ଲୋକ ଉପସ୍ଥିତ ଥିଲେ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।



