www.samajalive.in
Saturday, December 6, 2025
17.1 C
Bhubaneswar

ସୋସିଆଲ ମିଡିଆ: ବାନ୍ଧୁଛି ସମ୍ପର୍କ; ନେଉଛି ଜୀବନ

ବେଙ୍ଗାଲୁରୁ: ଏବେ ସମ୍ପର୍କର ସଂଜ୍ଞା ପାଲଟିଛି ସୋସିଆଲ୍‍ ମିଡିଆ। ନୂଆ ସମ୍ପର୍କ ଯୋଡ଼ିବା ସହ ପୁରୁଣା ସ୍ମୃତିକୁ ସାଉଁଟି ପୁଣି ଥରେ ନୂଆ ଜୀବନ ଜୀଇଁବାର ରାହା ଦେଖାଉଛି ସୋସିଆଲ୍‍ ମିଡିଆ। ବିଶ୍ୱ ବନ୍ଧୁତ୍ୱ ସ୍ଥାପନରେ ସୋସିଆଲ୍‍ ମିଡିଆ ଯେତିକି ପ୍ରଶଂସା ସାଉଁଟିଛି, ଅପରାଧର ମାଧ୍ୟମ ସାଜିବାରେ ସେତିକି ଅପବାଦ ବହନ କରିଛି। ଏବେ ସେଭଳି ଏକ ଘଟଣା ପୁଣି ଥରେ ଶୁଣିବାକୁ ମିଳିଛି।
ରାଜୁ ଓ ସୁଷମାଙ୍କ ସମ୍ପର୍କ ଗଢିଉଠିବା ପ୍ରଚ୍ଛଦରେ ସୋସିଆଲ ମିଡିଆ ହିଁଁ ମାଧ୍ୟମ ଥିଲା। ପୁଣି ସେହି ସୋସିଆଲ ମିଡିଆରେ ଦୀର୍ଘ ସମୟ ଧରି ବ୍ୟସ୍ତ ରହିବା ଉଭୟଙ୍କ ସମ୍ପର୍କରେ ତିକ୍ତତା ଆଣି ଦେଇଥିଲା। ତେବେ ଇତିମଧ୍ୟରେ ବିତି ଯାଇଥିଲା ୨ ବର୍ଷ। କର୍ଣ୍ଣାଟକ ରାଜ୍ୟର ଏହି ଘଟଣା ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଚିନ୍ତିତ କରିବ ନିଶ୍ଚିତ।
ଗଙ୍ଗୋଦାନାହଲି ଅଞ୍ଚଳର ରାଜୁଙ୍କ ସମ୍ପର୍କ ସୋସିଆଲ ମିଡିଆ ମାଧ୍ୟମରେ ତୁମକୁରୁ ଅଞ୍ଚଳର ସୁଷମାଙ୍କ ସହ ହୋଇଥିଲା। ପରବର୍ତ୍ତୀ ସମୟରେ ଘନିଷ୍ଠତା ବଢ଼ିଥିଲା। ଉଭୟଙ୍କ ସମ୍ପର୍କ କ୍ରମଶଃ ବନ୍ଧୁତ୍ୱରୁ ପ୍ରେମରେ ପରିଣତ ହୋଇଥିଲା। ପ୍ରେମ ଦୈହିକ ସମ୍ପର୍କରେ ରୂପାନ୍ତରିତ ହେବା ପରେ ସୁଷମା ଅନ୍ତଃସ୍ୱତ୍ତ୍ୱା ହେଇଗଲା। ଫଳରେ ଉଭୟେ ପରିବାରବର୍ଗଙ୍କ ଅନୁମତି ନେଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ନବଦମ୍ପତି ଗଙ୍ଗୋଦାନାହଲିଠାରେ ବସବାସ କରିବାକୁ ଲାଗିଲେ। ତେବେ ବିବାହ ପରେ ମଧ୍ୟ ସୁଷମାର ସୋସିଆଲ ମିଡିଆ ପ୍ରତି ଆଗ୍ରହ କମି ନଥିଲା। ଘରେ ୩ମାସର ନବଜନ୍ମା ସନ୍ତାନ ପ୍ରତି କର୍ତ୍ତବ୍ୟ ପାଳନ କରିବା ପରିବର୍ତ୍ତେ ସୁଷମା ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିଲେ। ଏହାକୁ ନେଇ ରାଜୁଙ୍କ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ। ଏହାକୁ ନେଇ ସାମାନ୍ୟ କଳି ଝଗଡ଼ା କ୍ରମଶଃ ପାରିବାରିକ କଳହରେ ପରିଣତ ହେଲା। ପରିସ୍ଥିତି କ୍ରମଶଃ ଭୟଙ୍କର ରୂପ ନେବାରୁ ଶେଷରେ ରାଜୁ ସମସ୍ୟାର ସମାଧାନ ପାଇଁ ଭୟଙ୍କର ଏକ ବାଟ ଖୋଜି ନେଇଥିଲେ।
ପତ୍ନୀ ଓ ୩ମାସର ପୁଅକୁ ନିଜ ବାଇକରେ ନେଇ ଜାନୁୟାରୀ୨୦ରେ ରାଜୁ ହେଜ୍ଜାଲ-ମୁତ୍ଥୁରାୟାନାପୁରା ରାସ୍ତାରେ ବାହାରି ଥିଲେ। କୁମ୍ବାଲଗୋଡ଼ୁ ରାସ୍ତାରେ ଥିବା ଜଙ୍ଗଲରେ ରାଜୁ ବାଇକ ଛିଡ଼ା କରି ଏକ ପଥରରେ ସୁଷମାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସୁଷମାଙ୍କ ମୃତ୍ୟୁ ନହେବା ପର୍ଯ୍ୟନ୍ତ ପଥରରେ ପ୍ରହାର କରି ଚାଲିଥିଲେ ରାଜୁ। ଏପରିକି ୩ମାସର ସନ୍ତାନର ଶ୍ୱାସରୋଧ କରି ହତ୍ୟା କରି ତାକୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିଲେ। ସୁଷମାର ମୃତଦେହରେ ପେଟ୍ରୋଲ ଢାଳି ପୋଡ଼ି ଦେଇ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ ରାଜୁ।
ଜାନୁୟାରୀ ୨୬ରେ ସୁଷମାଙ୍କ ମା’ ମଦନାୟାହାଲି ଥାନାରେ ଏକ ଲିଖିତ ଅଭିଯୋଗ ପରେ ଘଟଣା ପୁଲିସ ନଜରକୁ ଆସିଥିଲା। ତାଙ୍କ ଝିଅ ଓ ନାତି ହଠାତ୍‍ ନିଖୋଜ ହୋଇଯାଇ ଥିବାବେଳେ ଏଥିପାଇଁ ସେ ତାଙ୍କ ଜ୍ୱାଇଁଙ୍କୁ ସନ୍ଦେହ କରୁଛନ୍ତି ବୋଲି ସୁଷମାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଜେରାରେ ରାଜୁ ସମସ୍ତ ଅଭିଯୋଗ ସ୍ୱୀକାର କରିଥିଲେ ମଧ୍ୟ ଅଦ୍ୟାବଧି ୩ମାସର ପୁତ୍ର ସନ୍ତାନର ମୃତଦେହ ପୁଲିସକୁ ମିଳି ନାହିଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories