www.samajalive.in
Monday, December 8, 2025
14.1 C
Bhubaneswar

ପଖାଳ : ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ହିତକାରୀ

ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ପଖାଳ ଭାତ ନିଶ୍ଚୟ ରହିଥାଏ। ଏହା ଓଡ଼ିଆଙ୍କ ପ୍ରଧାନ ଖାଦ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ହେଲେ କିଛି ଲୋକ ଏହାର ମୂଲ୍ୟ ନବୁଝି ଏହାକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାଆନ୍ତି। ରାତିରେ ଭାତ ବଳିଗଲେ ତାହାକୁ ପଖାଳ ନକରି ଆମମାନଙ୍କ ମଧ୍ୟରୁ ଅନେକଙ୍କ ଘରେ ତାକୁ ଫୋପାଡି ଦିଆଯାଏ। କେତେକ ଘରେ ବଳକା ଭାତକୁ ଗାଈ ଓ କୁକୁର ଆଦିଙ୍କୁ ଖାଇବାକୁ ଦେଇ ଦିଆଯାଏ। ହେଲେ ଆପଣ ଯଦି ଏହି ବାସି ପଖାଳ ଭାତର ଉପକାରିତା ସଂପର୍କରେ ଜାଣିବେ,ତେବେ କେବେ ସେଭଳି କରିବେ ନାହିଁ। ତେବେ ଚାଲନ୍ତୁ ଜାଣିବା ପଖାଳର ଉପକାରିତା ବିଷୟରେ –

ନିକଟରେ ବାସି ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯଇଥିଲା। ଗବେଷଣାରୁ ଜଣାପଡ଼ିଲା, ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଅର୍ଥାତ୍‍ ପଖାଳ କରି ଖାଇଲେ ତାହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଆମେ ଯେତେବେଳେ ଭାତ ରାନ୍ଧିଥାଉ, ସେଥିରେ ଆଇରନ୍ ର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ। ଯଦି ସମାନ ପରିମାଣର ଭାତକୁ ରାତିସାରା(ଅତି କମରେ ୧୨ ଘଣ୍ଟା) ଭିଜାଇ ରଖାଯାଏ, ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଏ।

- Advertisement -

ସେହିପରି ଏଥିରେ ସୋଡିୟମ୍‍, ପୋଟାସିୟମ୍‍ ଓ କ୍ୟାଲସିୟମ୍‍ ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ ସମସ୍ୟା ଥିଲେ,ତାହା ମଧ୍ୟ ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories