www.samajalive.in
Saturday, December 6, 2025
17.1 C
Bhubaneswar

ଔଷଧୀୟ ଗୁଣରେ ଭରପୁର ଭୃସଙ୍ଗ ପତ୍ର

ଭୃସଙ୍ଗ ପତ୍ର ଭାରତୀୟ ରୋଷେଇରେ ବ୍ୟବହାର ହେଉଥିବା ଏକ ମୁଖ୍ୟ ଜିନିଷ। ଅନେକ ବ୍ୟଞ୍ଜନ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ଏହାର ଭାସ୍ନା ସଭିଁଙ୍କୁ ବେଶ ପସନ୍ଦ। ଭୃସଙ୍ଗପତ୍ରର ଜୁସ୍‌‌ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରାଯାଏ। ନିୟମିତ ୧୦ରୁ୧୫ଟି ଭୃସଙ୍ଗ ପତ୍ର ଚୋବାଇ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ରୋଗ ଶରୀର ଠାରୁ ଦୂରେଇ ରହେ। ଜାଣନ୍ତୁ..
ଭୃସଙ୍ଗପତ୍ରରେ ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି।
ଭୃସଙ୍ଗ ପତ୍ରରେ ଉତ୍ତମ ମାତ୍ରାରେ ଫାଇବର ରହିଛି। ଏହା ପାଚନ ତନ୍ତ୍ରକୁ ମଜଭୂତ କରିବା ସହ ପେଟ ସଫା ରଖିଥାଏ। ପାଚନ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ସହଜରେ ହଜମ ହୋଇଥାଏ।
ଭୃସଙ୍ଗ ପତ୍ର ହୃଦୟ ପାଇଁ ବେଶ ଲାଭଦାୟକ। ଭୃସଙ୍ଗ ପତ୍ରର ସେବନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। କୋଲେଷ୍ଟେରୋଲ ନିୟନ୍ତ୍ରଣରେ ରହିଥାଏ। ହୃଦୟ ଜନିତ ରୋଗରୁ ଦୂରେଇ ରଖିଥାଏ।
ମଧୁମେହ ରୋଗୀଙ୍କ ପାଇଁ ଏହା କୌଣସି ରାମବାଣ ଠାରୁ କମ୍‌‌ ନୁହେଁ। ଭୃସଙ୍ଗ ପତ୍ରର ସେବନ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଭୃସଙ୍ଗ ପତ୍ର ମସ୍ତିଷ୍କ ସହ ଶିରାପ୍ରଶିରାକୁ ସୁସ୍ଥ ରଖିଥାଏ। ଏହା ମସ୍ତିଷ୍କ ଓ ସ୍ମରଣ ଶକ୍ତି ପାଇଁ ମଧ୍ୟ ଉପକାରୀ।
ଭୃସଙ୍ଗ ପତ୍ରର ସେବନ ଦ୍ୱାରା ଅତିରିକ୍ତ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ। ଫଳରେ ଓଜନ ବୃଦ୍ଧି ହୋଇନଥାଏ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories