www.samajalive.in
Tuesday, December 9, 2025
26.1 C
Bhubaneswar

ଏହି ୪ଟି ପନିପରିବାରେ ଲୁଚି ରହିଛି ଉତମ ସ୍ୱାସ୍ଥ୍ୟର ରହସ୍ୟ, ହୋଇଥାଏ ଅନେକ ଉପକାର

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ। ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଜାଣନ୍ତୁ. ଛତୁ, (ମସରୁମ), ଫୁଲକୋବି, ଆଳୁ, ପିଆଜ ଏଥିରୁ କି କି ପୋଷକ ତତ୍ୱ ମିଳେ ….
ଛତୁ –
ଏଭଳି ଦେଖିବାକୁ ଗଲେ ଛତୁ ଖାଇବା ବହୁ ଲୋକଙ୍କୁ ପସନ୍ଦ।ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ଯାହା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏଥିରେ କ୍ୟାଲୋରୀର ମାତ୍ରା କମ ଥାଏ। ଏଥିରେ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ।ଏହାସହ ଜିଙ୍କ, ପୋଟାସିୟମ ମଧ୍ୟ ରହିଛି। ଏଥିରେ ଥିବା ଫାଇବର ଓ ଅନ୍ୟ ଏନଜାଇମ କୋଲେଷ୍ଟେରୋଲକୁ ବୃଦ୍ଧି ପାଇବାକୁ ଦେଇନଥାଏ। ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ହାଡ଼କୁ ମଜଭୂତ କରିଥାଏ।
ଆଳୁ  –
ଆଳୁ ଏପରି ଏକ ପରିବା ଯାହା ପ୍ରତ୍ୟେକଙ୍କ ଘରେ ଉପଲବ୍ଧ। ଏହାର ବିଶେଷତ୍ୱ ହେଉଛି , ଏହାକୁ ସଠିକ ପରିମାଣରେ ଯେକୌଣସି ତରକାରୀରେ ପକାଇ ପ୍ରସ୍ତୁତ କରାଯାଇପାରେ। ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ଆଳୁରେ ଭିଟାମିନ ସି, ପୋଟାସିୟମ, ଭିଟାମିନ ବି-୬ ଅନ୍ୟ ପୋଷକ ତତ୍ୱ , ଖଣିଜ ରହିଥାଏ। ଏହାସହ ଆଳୁରେ ଥିବା ଭିଟାମିନ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।
ପିଆଜ –
ପିଆଜରେ ଖାଦ୍ୟର ସ୍ୱାଦକୁ ବଢାଇବା ସହ ନିୟମିତ ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସହଜରେ ଥଣ୍ଡାକାଶ ହୋଇନଥାଏ।
ରକ୍ତସଂଚାଳନ ସଠିକ ଭାବେ ହୋଇଥାଏ। ମଧୁମେହ ରୋଗୀମାନେ ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଫୁଲକୋବି –
ଫୁଲକୋବିରେ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ।ଏଥିରେ କ୍ୟାଲସିୟମ, ଫରଫରସ, ପ୍ରୋଟିନ, କାବ୍ରୋହାଇଡ଼୍ରେଟ, ଲୌହ, ଭିଟାମିନ ଏ, ବି, ସି, ଆୟୋଡ଼ିନ, ପୋଟାସିୟମ ଆଦି ରହିଛି।ଏହା ରକ୍ତ ପରିଷ୍କାର କରିଥାଏ। ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ଓଜନ ହ୍ରାସ ପାଇଁ ମଧ୍ୟ ସହାୟକ ହୋଇଥାଏ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories