www.samajalive.in
Saturday, December 13, 2025
26.1 C
Bhubaneswar

ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ମିଳିଥାଏ ଖୁବ ଉପକାର

ନିୟମିତ ନିମ ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦୂର ହେବା ସହ ଶରୀର ପାଇଁ ବେଶ ଉପକାରୀ ଅଟେ। ଜାଣନ୍ତୁ ନିମ ପତ୍ର ଖାଇବା ଦ୍ୱାରା କି କି ଉପକାର ହୋଇଥାଏ……
ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ଖୁବ ଉପକାର ମିଳିଥାଏ।
ଏହାସହ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
ନିମ ପତ୍ର ଖାଇବା ଦ୍ୱାରା ଚର୍ମ ପାଇଁ ବେଶ ହିତକାରକ ଅଟେ।
କେଶ ପାଇଁ ଏହା ବରଦାନ ଠାରୁ କମ ନୁହେଁ। ସାମ୍ପୁ ପରିବର୍ତ୍ତେ ଏହାକୁ କେଶ ସଫା ପାଇଁ ବ୍ୟବହାର କରିବା ଦ୍ୱାରା କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।
ନିୟମିତ ସକାଳ ସମୟରେ ନିମ ପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ହଜମ ପ୍ରକ୍ରିୟା ସୂଚାରୁ ରୂପେ ହୋଇଥାଏ।
ଖାଲି ପେଟରେ ନିୟମିତ ଅଳ୍ପ ନିମ ପତ୍ର ଖାଇବା ଦ୍ୱାରା କର୍କଟ ଓ ହୃଦ ଜନିତ ରୋଗ ଠାରୁ ଶରୀରକୁ ଦୂରେଇ ରଖେ।
ପାଚନ କ୍ରିୟାକୁ ନିମ ପତ୍ର ସୁସ୍ଥ ରଖିଥାଏ।
ନିମ କାଠିକୁ ଦାନ୍ତ ଘଷିବା ସମୟରେ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୂତ କରିଥାଏ, ଦାନ୍ତରୁ ଦୂଷିତ ପଦାର୍ଥ ବାହାର କରିବା ସହ ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ।
ନିମ ପତ୍ରକୁ ପାଣି ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଏହି ପାଣିରେ ମୁହଁ ଧୋଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ଚକ୍ଷୁ ଜନିତ ଅସୁବିଧା ଦୂର ହୋଇଥାଏ।
ଗଳା ଦରଜ ହେଉଥିଲେ ନିମ ପତ୍ର ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories