www.samajalive.in
Saturday, December 6, 2025
19.1 C
Bhubaneswar

କୌଣସି ପ୍ରସାଧନ ସାମଗ୍ରୀ ନୁହେଁ କେବଳ କ୍ଷୀରରେ ଚମକିବ ତ୍ବଚା

କ୍ଷୀର ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ବୋଲି ଆମେ ଜାଣିଛେ। ହେଲେ ଖୁବ୍‌ କମ୍‌ ଲୋକ ଏହା ଜଣନ୍ତି ଯେ, ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବିଶେଷ ଭାବେ ସହାୟକ ହୋଇଥାଏ। ସଠିକ୍‌ ଉପାୟରେ ଏହାର ବ୍ୟବହାର କରିବା ଦ୍ବାରା ତ୍ବଚାର ଅନେକ ସମସ୍ୟା ଦୂର ହେବା ସହ ତ୍ବଚାରେ ଅଦ୍ଭୁତ ଚମକ ଆସିଥାଏ। ତେବେ ଆସନ୍ତୁ ଜାଣିବା ତ୍ବଚାରେ କ୍ଷୀରର ବ୍ୟବହାର ବିଷୟରେ –

ମହୁ ଓ କ୍ଷୀର କ୍ଲିଞ୍ଜର : ମୁହଁରେ ଥିବା ମଇଳା ଆଦିକୁ ଦୂର କରିବାକୁ ହେଲେ କ୍ଷୀରରେ ମହୁ ମିଶାଇ ମୁହଁକୁ ସଫା କରନ୍ତୁ। ଏହାଦ୍ବାରା ତ୍ବଚା ଗୋରା ଓ ଚିକ୍କଣ ହୋଇଥାଏ।

- Advertisement -

ରଙ୍ଗ ସଫା ଓ କୋମଳ ତ୍ୱଚା : କ୍ଷୀରକୁ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ନମନୀୟତା ବଜାୟ ରହିବା ସହ ରଙ୍ଗ ଗୋରା ମଧ୍ୟ ହୋଇଥାଏ। କ୍ଷୀରରେ ଗୋଲାପ ଜଳ ମିଶାଇ ଲଗାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ।

ଦାଗ ଓ କୁଞ୍ଚନ ଦୂର କରେ : ମୁହଁରୁ ଦାଗ, କୁଞ୍ଚନ ଦୂର କରିବାକୁ ହେଲେ କ୍ଷୀର ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଦୁଇଚାମଚ ମହୁରେ ତିନି ଚାରି ଚାମଚ କ୍ଷୀର ଶର ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ କୁଞ୍ଚନ ଦେଖାଯାଏ ନାହିଁ।

ଓଠକୁ କୋମଳ ଓ ଗୋଲାପୀ କରେ : ଯଦି ଆପଣଙ୍କ ଓଠ କଳା ତେବେ କ୍ଷୀର ଓଠରେ ଲଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କ ଓଠ ଫାଟୁଥାଏ ତେବେ ରାତିରେ ଶୋଇବା ପୂର୍ବରୁ ଏକ ବୁନ୍ଦା ଗୋଲାପ ଜଳ ଓ ଏକ ବୁନ୍ଦା ଲେମ୍ବୁ ରସକୁ କ୍ଷୀର ଶର ସହ ମିଶାଇ ଲଗାନ୍ତୁ। ସକାଳୁ ଦେଖିବେ ଆପଣଙ୍କ ଓଠ କୋମଳ ଲାଗିବା ସହ ଗୋଲାପୀ ମଧ୍ୟ ଦେଖାଯିବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories