www.samajalive.in
Saturday, December 13, 2025
27.1 C
Bhubaneswar

କାହା ପାଇଁ ଯୋଜନା; ଆବାସ ଘର ସାତ ସପନ ମିଲୁନାହିଁ ବାର୍ଦ୍ଧକ୍ୟ ଭତ୍ତା , ଝାଟିମାଟି ଘରେ କଟୁଛି ଜୀବନ

ବେଲପଡା: କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗରିବ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଗଣେଷ ପରିବାରକୁ ଦେଖିଲେ ସବୁତକ ଯୋଜନା ଖାତା କଲମରେ ସୀମିତ ରହୁଥିବା ଜଣାପଡ଼ିଛି। ବେଲପଡା ବ୍ଲକ ଯୁବା ପଞ୍ଚାୟତ ଅର୍ନ୍ତଗତ ଡଙ୍ଗରତଲ ଗାଁର ଗଣେଷ ମିର୍ଦ୍ଧା। ବୟସ ୬୨ ବର୍ଷ। ସେ ନିଜ ସ୍ତ୍ରୀ ୩ବର୍ଷର ପୁଅ ଏବଂ ୯ବର୍ଷର ଝିଅକୁ ନେଇ ଘର ସଂସାର କରିଛନ୍ତି। ଆର୍ଥିକ ଦୁର୍ବଲ ପାଇଁ ଭଲ ଘର ଖଣ୍ଡେ ନାହିଁ। ଝାଟି ମାଟି ଘରେ ଯିବନ ଅତିବାହିତ କରୁଛନ୍ତି ସହ ପରିବାର। ଗଣେଶକୁ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ସତ୍ୱ ତାକୁ ମଧୁବାବୁ ପେନସନ ଯୋଜନାରେ ଅନ୍ତଭୁକ୍ତ କରାଯାଇନାହିଁ। ଏନେଇ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ କୁ ଯାଇ ଆବେଦନ କରିଛନ୍ତି। କିନ୍ତୁ ଆଜି ପ୍ରର୍ଯ୍ୟନ୍ତ ତାକୁ ବାର୍ଦ୍ଧକ୍ୟ ଭର୍ତ୍ତା କିମ୍ବା ଆବାସ ଘର ଖଣ୍ଡେ ମିଳିପାରି ନାହିଁ।। ସରକାରୀ ସହାୟତା କହିଲେ ମାସକୁ କେବଳ ୧୦ କେଜି ଚାଉଲ। ଚାରି ପ୍ରାଣୀକୁ ସମୁଦ୍ରକୁ ଶଙ୍ଖେ ପରି ହେଉଛି। ଏପରି ସ୍ଥିତିରେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡୁଥିବା ସ୍ତ୍ରୀ ମଦନା ମିର୍ଦ୍ଧା କହିଛନ୍ତି। ଜମିବାଡ଼ି ନଥିବାରୁ ଲୋକ କୁଲି ମଜୁରୀ କାମ କରି ପରିବାର ଚଳାଉଥିବା ସେ କହିଛନ୍ତ। ଘରର ଅବସ୍ଥା ଠିକ୍‍ ନଥିବାରୁ ବର୍ଷା ହେଲେ ଘରେ ଅଣ୍ଠୁଏ ପାଣି ଜମୁଛି ଫଳରେ ରାତିସାରା ଅନିଦ୍ରା ରହୁଥିବା ମଧ୍ୟ ଅଭିଯୋଗ କରୁଛନ୍ତି। ସରକାରଙ୍କ ଏତେ ଯୋଜନାରେ ପରେ ମଧ୍ୟ ଲୋକ ମାନଙ୍କ ପାଖରେ ପହଚିଁପାରୁ ନାହିଁ ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଜିଲାପାଳ ଏଦିଗରେ ଦୃଷ୍ଟିଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରୁଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories