www.samajalive.in
Sunday, December 14, 2025
23.1 C
Bhubaneswar

ଅଭିଯୁକ୍ତ ଫେରାର ଘଟଣା… ତଳିଆଙ୍କୁ ନିଲମ୍ବନ, ଅଧିକାରୀଙ୍କୁ ମାଫ୍

ବଲାଙ୍ଗିର/ବଡମାଳ : ବେଲଗାଁ ବିନ୍ଧନବାହାଲି ମଦ ଭାଟି ମାମଲାରେ ଅଟକ ଥିବା ୨ଅଭିଯୁକ୍ତ ସଇଁନ୍ତଲା ସର୍ଗିପାଲିର ପିଣ୍ଟୁ ଦାସ ଓ କନ୍ଧମାଳ ତୁମୁଡିବନ୍ଧର ସନ୍ତୋଷ ବଡସେଡଙ୍କୁ ସଇଁନ୍ତଲା ପୁଲିସ ବଡମାଳ ଫାଣ୍ଡିରେ ରଖି ଜେରା ଚଳାଇଥିଲା । ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ଆସି ସେମାନଙ୍କୁ ପଚରା ଉଚୁରା କରୁଥିବା ବେଳେ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ତଦନ୍ତରେ ଥାନା ଅଧିକାରୀଙ୍କୁ ସହଯୋଗ କରୁଥିଲେ । ୨ ଅଭିଯୁକ୍ତ ମଦ ଭାଟି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ । ସେମାନଙ୍କ ହାତରେ ପୁଲିସ ହାତକଡି ପକାଇ ରଖିଥିଲା । କିନ୍ତୁ ବୁଧୁବାର ରାତିରେ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଫାଣ୍ଡିରେ ଥିଲେ। ଆଉ ହାତ ଧୋଇବା ବାହାନାରେ ଯାଇ ହାତକଡି ଥିବା ଅବସ୍ଥାରେ ୨ଜଣ ଅଭିଯୁକ୍ତ ବର୍ଣ୍ଣି ଜଙ୍ଗଲ ଆଡକୁ ଚାଲି ଯାଇଥିବା ସନ୍ଦେହ କରି ପୁଲିସ ଜଙ୍ଗଲ, ଯାତାୟତ କରୁଥିବା ଗାଡିଗୁଡ଼ିକୁ ତଲାସୀ କରିଥିଲେ ମଧ୍ୟ ସେମାନଙ୍କୁ ଠାବ କରିପାରିନି । ଏହି ମାମଲାରେ ୩ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ ଫାଣ୍ଡି ଅଧିକାରୀଙ୍କୁ କାହିଁକି ମାଫ୍ କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫାଣ୍ଡି ଅଧିକାରୀ  କ’ଣ ସୁନା ପୁଅ ବୋଲି ପ୍ରଶ୍ନ ଉଠୁଛି । ସୂଚନାଯୋଗ୍ୟ ଯେ, ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ମଧ୍ୟ ପୁଲିସର ଢିଲାପଣର ସୁଯୋଗ ନେଇ ଟିଟିଲାଗଡ ଥାନା ବ୍ୟାରେକରୁ ଫେରାର ହୋଇ ଯାଇଥିଲେ। ସେହିପରି ସିନ୍ଧେକେଲା ଥାନାରେ ପୁଲିସ ବାବୁ ଲୋକଙ୍କ ଛେଳି କାଟି ଭୋଜି କରିଦେବା ଭଳି ଘଟଣା ମଧ୍ୟ ବିବାଦୀୟ ହୋଇଥିଲା । ଏହି ସବୁ ଘଟଣା ପୁଲିସର ଭାବମୂର୍ତ୍ତି ଓ ଛବି ଉପରେ କଳାଛିଟା ଲାଗାଇଥିବା ଆଲୋଚନା ହେଉଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories