www.samajalive.in
Tuesday, December 9, 2025
15.1 C
Bhubaneswar

ଆଜିର ନାରୀଙ୍କ ପାଇଁ ରିଲାଏନ୍ସ ଜୁଏଲ୍ସର ବେଲା ସମ୍ଭାର

ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ବେଲା’ ର ଏକ ନୂତନ ଡିଜାଇନ ଶୁଭାରମ୍ଭ କରିଛି ଯାହା ପ୍ରତିଟି ଦିନକୁ ସ୍ୱତନ୍ତ୍ର କରିଥାଏ। ଏହା ଆଧୁନିକ ନାରୀଙ୍କ ପାଇଁ ପ୍ରସ୍ତୁତ। ଫେସନ ଅଳଙ୍କାର ବଜାରରେ ରିଲାଏନ୍ସ ଜୁଏଲ୍ସ ବ୍ରାଣ୍ଡ୍‍ ର ଏକ ସ୍ୱତନ୍ତ୍ର ଲୋକପ୍ରିୟତା ରହିଛି। ଏହାର ଫେସନ ଅଳଙ୍କାର ମଧ୍ୟରେ ଅନେକ ଗୁଡ଼ିଏ ପ୍ରିମିୟମ ମାନର ଆକର୍ଷଣୀୟ ଡିଜାଇନ ରହିଛି। ବେଲା କେବଳ ଅଳଙ୍କାରର ଏକ ସମ୍ଭାର ନୁହେଁ, ତାହାଠାରୁ ଯଥେଷ୍ଟ ଅଧିକ। ନାରୀମାନଙ୍କର ପ୍ରତିଟି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଏହି ଡିଜାଇନକୁ ପ୍ରସ୍ତୁତ କରାଯାଇଛି। ବେଲାର ଏହି ଗହଣା ଗୁଡ଼ିକ ଅତ୍ୟନ୍ତ ସ୍ୱତନ୍ତ୍ର, ସମକାଳୀନ ଭାବରେ ପ୍ରସ୍ତୁତ ଓ ବୟସ ନିର୍ବିଶେଷରେ ନାରୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ପ୍ରତିଦିନ ଓଜନିଆ ଗହଣା ପିନ୍ଧିବା ପରିବର୍ତେ ଏହିପରି ହାଲୁକା ଗହଣାକୁ ବିକଳ୍ପ ଭାବରେ ପିନ୍ଧା ଯାଇପାରିବ। ଏହାର କାରିଗରିକୁ ଅତ୍ୟନ୍ତ ସୂକ୍ଷ୍ମ ଓ ଚମତ୍କାର ଭାବରେ ପ୍ରସ୍ତୁତ କରାଯାଇଛି। ଏହା ଉତ୍ସବାନୁଷ୍ଠାନ, ପର୍ବପର୍ବାଣୀ, ବାହାରକୁ ଯିବା, ବଜାର ଘାଟ ଆଦି ସବୁ ସ୍ଥାନ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏହି ସମ୍ଭାରଟି ନାରୀଙ୍କ ପରି ଶକ୍ତି ଓ ସୁନ୍ଦରତାର ଏକ ପ୍ରତୀକ, ଯେଉଁମାନେ ପ୍ରତିଦିନ କଠିନ ପରିଶ୍ରମ କରିଥାନ୍ତି ଓ ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିଥାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories