www.samajalive.in
Saturday, December 13, 2025
26.1 C
Bhubaneswar

ପାକ୍‌ ପାଇଁ ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ କରୁଛି ଚୀନ

ବେଜିଂ : ବନ୍ଧୁତ୍ବର କର୍ତ୍ତବ୍ୟ ସମ୍ପାଦନରେ ଲାଗିପଡିଛି ଚୀନ। ଭାରତ ମହାସାଗରରେ ସାମରିକ ଶକ୍ତି କ୍ଷେତ୍ରରେ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଅସ୍ତ୍ରଶସ୍ତ୍ର କାରବାର କ୍ରମେ ଚୀନ ନିଜର ସର୍ବକାଳୀନ ବନ୍ଧୁ ପାକିସ୍ତାନ ପାଇଁ ଏବେ ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣରେ ଜୁଟିଛି। ଚିହ୍ନଟକାରୀ ତଥା ଅସ୍ତ୍ର ପରିବହନ ବ୍ୟବସ୍ଥା ସମ୍ବଳିତ ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜ ଜାହଜ, ବୁଡାଜାହାଜ, ବିମାନ ଦ୍ବାରା ହେଉଥିବା ଆକ୍ରମଣ ମୁକାବିଲା କରିବାରେ ଦକ୍ଷ। ଏହା ଚୀନ ନୌସେନାର ସବୁଠାରୁ ଅଧୁନିକ କ୍ଷେପଣାସ୍ତ୍ର ବହନକାରୀ ଜାହାଜର ନୂତନ ସଂସ୍କରଣ। ସଙ୍ଘାଇସ୍ଥିତ ହୁଡୋଙ୍ଗ-ଝୋଙ୍ଘୁଆ ଠାରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ଚୀନର ସରକାରୀ ଜାହାଜ ନିର୍ମାଣ ନିଗମ (ସିଏସ୍‌ଏସ୍‌ସି) ପକ୍ଷରୁ କୁହାଯାଇଛି। ଚୀନ ସେନା ପିଏଲ୍‌ଏ (ପିପୁଲ୍ସ ଲିବରେଶନ ଆର୍ମି)ର ଟାଇପ୦୫୪ଏ ଜାହାଜ ଉପରେ ଏହି ନୂତନ ଜାହାଜ ଟାିପ୦୫୪ଏପି ପର୍ଯ୍ୟବେସିତ। ଏହି ଭଳି ୪ଟି ଜାହାଜ ଯୋଗାଇ ଦେବାକୁ ପାକିସ୍ତାନ ଚୀନକୁ କହିଛି। ଉଲ୍ଲେଖ ଯେ ଚୀନ ପାକିସ୍ତାନକୁ ସର୍ବାଧିକ ଅସ୍ତ୍ର ଯୋଗାଇ ଦେଉଛି। ଏପରିକି ଉଭୟ ଦେଶ ମିଳିତ ଭାବେ ଏକାଧୀକ କାର୍ଯ୍ୟ କରିପାରୁଥିବା ଏକ ଆସନ ବିଶିଷ୍ଟ ଯୁଦ୍ଧ ବିମାନ ନିର୍ମାଣ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories