www.samajalive.in
Saturday, December 6, 2025
26.1 C
Bhubaneswar

ଏମକେସିଜିରେ ଆଉ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କରୋନା ୱାର୍ଡରେ ଆଉ ଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ସେ ଦିଗପହଣ୍ଡି ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧା ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ , ଉକ୍ତ ବୃଦ୍ଧା ଜଣଙ୍କ ପ୍ରାୟ ମାସେ ହେବ ମାଉଣ୍ଟଆବୁ ଯାଇଥିଲେ । ସେଠାରେ ଜ୍ବର ଓ କାଶ ହେବାପରେ ୫ ଦିନ ହେବ ଦିଗପହଣ୍ଡି ଫେରିଥିଲେ । ଏମକେସିଜି ଆସି ଚିକିତ୍ସିତ ହେଉଥିଲେ । ତେବେ କାଶ ବନ୍ଦ ନ ହେବାରୁ ତାଙ୍କୁ ଡାକ୍ତରମାନେ କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି । ଏହି ସନ୍ଦିଗ୍ଧଙ୍କୁ ମିଶାଇ ଏମକେସିଜି ରେ ବର୍ତ୍ତମାନ ୪ ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଶନିବାର ପୁରୀ ଜିଲା କୃଷପ୍ରସାଦ ବ୍ଲକର ସନ୍ଦିଗ୍ଧ ଯୁବକ କରୋନା ୱାର୍ଡରୁ ଫେରାର ହୋଇଯାଇଥିଲେ ମଧ୍ୟ ରବିବାର ବିଳମ୍ବିତ ରାତିରେ ସେ ଏମକେସିଜିକୁ ଫେରିଆସିଛନ୍ତି । ସେହିପରି ୨ ଦିନ ହେବ ଚିକିଟି ଅଞ୍ଚଳର ଦମ୍ପତିଙ୍କ ମଧ୍ୟ ଚିକିତ୍ସା ଜାରି ରହିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories