www.samajalive.in
Saturday, December 6, 2025
23.1 C
Bhubaneswar

ଯୋଗାଣ ସହାୟିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ପଂଚାୟତ କାର୍ୟ୍ୟାଳୟରେ ଯୋଗାଣ ସହାୟିକା ରାସନ ସାମଗ୍ରୀ ବଣ୍ଟନ କରୁଥିବାବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଜନୈକ ବ୍ୟକ୍ତି ତାଙ୍କ କାର୍ଡରେ ଚାଉଳ ଏବଂ ଗହମ ନେବା ପାଇଁ ଥିବା ବେଳେ ଖାଲି ଚାଉଳ ନେବା ପାଇଁ ଜିଦ ଧରି ତାଙ୍କୁ ଗାଳି ଗୁଳଜ କରିବା ସହିତ ସେଠାରେ ଲୋକମାନଙ୍କୁ ଏକତ୍ରିତ କରି ସାମାଜିକ ଦୂରତାକୁ ଉଲ୍ଲଂଘନ କରିଥିଲେ ।ଫଳରେ ଯୋଗାଣ ସହାୟିକା ବଣ୍ଟନ କାର୍ୟ୍ୟ ବନ୍ଦ କରି ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ ।
ବିଡ଼ିଓଙ୍କ ନିର୍ଦେଶ ପରେ ସେ ବେଗୁନିଆ ଥାନାରେ ମଧ୍ୟ ଅଭିଯୋଗ କରିଥିବାର ଜଣାପଡିଛି । ପଂଚାୟତ ଯୋଗାଣ ସହାୟିକା ରାଉତପଡା ପଂଚାୟତ କାର୍ୟ୍ୟାଳୟରେ ଚାଉଳ, ଗହମ ବଣ୍ଟନ କରୁଥିବାବେଳେ ଠଣାପଲ୍ଲୀ ଗ୍ରାମର ୨ ବ୍ୟକ୍ତି ତାଙ୍କ କାର୍ଡରେ ଚାଉଳ ଗହମ ନେବାପାଇଁ ଥିବାବେଳେ ସେ ଖାଲି ଚାଉଳ ନେବା ପାଇଁ କହିଥିଲେ । କିନ୍ତୁ ଯୋଗାଣ ସହାୟିକା କାର୍ଡରେ ଥିବା ଅନୁସାରେ ତୁମକୁ ଚାଉଳ ସହିତ ଗହମ ନେବାକୁ ପଡିବ ବୋଲି କହିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଖାଲି ଚାଉଳ ନେବା ପାଇଁ ତାଙ୍କୁ ଜୋର ଦେଇଥିଲେ । ସେ ରାଜି ନହେବାରୁ ସମ୍ପୃକ୍ତ ବ୍ୟକ୍ତି  ଗାଳି ଗୁଲଜ କରି ପଂଚାୟତ କାର୍ୟ୍ୟାଳୟରେ ତାଲା ପକାଇବା ପାଇଁ ଧମକ ଦେଇଥିଲେ ।
ପଂଚାୟତ କାର୍ୟ୍ୟାଳୟରେ କିଛି ଲୋକଙ୍କୁ ଏକାଠି କରି ବଣ୍ଟନ ସ୍ଥଳରେ ସାମାଜିକ ଦୁରତାକୁ ଉଲ୍ଲଂଘନ କରିଥିଲେ ।ଫଳରେ ଯୋଗାଣ ସହାୟିକା ବଣ୍ଟନ କାର୍ୟ୍ୟ ବନ୍ଦ କରି ଏ ସଂକ୍ରାନ୍ତରେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ପରେ ବିଡ଼ିଓ ତାଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ କହିଥିଲେ ।ସେ ବେଗୁନିଆ ଥାନାରେ ମଧ୍ୟ ଅଭିଯୋଗ କରିଥିବାବେଳେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଶ୍ରୀକାନ୍ତ ପଣ୍ଡା ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories