www.samajalive.in
Saturday, December 6, 2025
16.1 C
Bhubaneswar

ଅଟକ ବିଇଓଙ୍କୁ ଉଦ୍ଧାର କଲା ପୁଲିସ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଞ୍ଚାୟତରେ ଥିବା ବାଲୁଙ୍କେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ନାମକରଣକୁ ନେଇ ଶଗଡ଼ଭଙ୍ଗା ଏବଂ ବେତରଜଙ୍ଗ ଗ୍ରାମ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ଏଥିପାଇଁ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ମୋକଦମା ରୁଜୁ ହୋଇଛି । ଵିଦ୍ୟାଳୟର ନାମ ବାଲୁଙ୍କେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ,ଶଗଡ଼ଭଙ୍ଗା ଥିବାବେଳେ ବେତରଜଙ୍ଗର ଲୋକମାନେ ଉକ୍ତ ବିଦ୍ୟାଳୟକୁ ବାଲୁଙ୍କେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମିତ କରିବାକୁ ନେଇ ବିବାଦ ଦେଖା ଦେଇଛି । ଏଥିପାଇଁ ଉଚ୍ଚ ନ୍ୟାୟାଳୟରେ ଡବ୍ଲୁ ପି(ସି)ନଂ୧୯୭୮୩/୨୦ରେ ଦୁର୍ଗାଚରଣ ବଳିଆରସିଂହ ମୋକଦମା ରୁଜୁ କରିଛନ୍ତି । କୋର୍ଟ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ୨୦୨୦ମସିହା ଡିସେମ୍ବର ୨ ଏବଂ ୭ତାରିଖରେ ଉଭୟ ପକ୍ଷ ଯେପରି ସୁବିଧା ପାଇବେ ସେ ନେଇ ଦୁଇ ମାସ ମଧ୍ୟରେ ଘଟଣାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।
ଗତକାଲି ନାମକରଣ ବିବାଦର ସମାଧାନ ପାଇଁ କୋର୍ଟଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟରେ ମିଶିଥିବା ୩ଟି ବିଦ୍ୟାଳୟର ୨୦୧୭/୧୮ମସିହାରେ ଥିବା ପୁରୁଣା କମିଟିର ୨୭ ଜଣ ସଦସ୍ୟ ଯୋଗ ଦେଇଥିଲେ। ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ,ସରପଞ୍ଚ ଲୀଳା ସ୍ୱାଇଁ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ ।ବିଦ୍ୟାଳୟର ନାମକରଣ ପୂର୍ବରୁ ଯାହା ଅଛି ତାହା ରଖିବା ପାଇଁ୨୭ ଜଣ ସଦସ୍ୟଙ୍କ ମଧ୍ୟରୁ ୧୯ଜଣ ମତ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଶଗଡ଼ଭଙ୍ଗା ସ୍ଥାନରେ ବେତରଜଙ୍ଗ ରଖିବା ପାଇଁ ମତ ଦେଇଥିଲେ । ଗୋଷ୍ଠୀଶିକ୍ଷା ଅଧିକାରୀ ୧୯ ଜଣଙ୍କ ମତକୁ ଉପେକ୍ଷା କରି ୮ ଜଣ ଦେଇଥିବା ମତ ଅନୁସାରେ ରିଜୋଲ୍ୟୁସନ କରି ୮ ଜଣଙ୍କର ଦସ୍ତଖତ କରାଇନେଇ ଥିଲେ । ୧୯ଜଣଙ୍କୁ ଦସ୍ତଖତ କରିବା ପାଇଁ କହିବା ପରେ ସେମାନେ ଏଥିରେ ବିରୋଧ କରିଥିଲେ। ଆମେ୧୯ଜଣ ଯେଉଁ କଥା କହିଲୁ ଆପଣ ତାହା ନଲେଖି ୮ ଜଣଙ୍କ କଥାକୁ କାହିଁକି ଉଲେଖ କଲେ ବୋଲି ବିଦ୍ରୋହ କରିଥିଲେ ।
ଫଳରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଆପଣ ଆମେ ଅଧିକାଂଶ ସଭ୍ୟ ଯେଉଁ ମତ ଦେଲୁ ତାହା ଆପଣ ଉଲେଖ କରିବା ପରେ ଏଠାରୁ ଯିବେ ବୋଲି କହି ତାଙ୍କ ଆଗରେ ବସି ରହିଥିଲେ । ସରପଞ୍ଚ ଲୀଳା ସ୍ୱାଇଁ ବେତରଜଙ୍ଗ ଗ୍ରାମର ଜନୈକ ବ୍ୟକ୍ତି ଓସେପାରେ ଚାକିରୀ କରିଥିବା ବେଳେ ତାଙ୍କ ଚାପରେ ଏଭଳି କାର୍ୟ୍ୟ ବିଇଓ କରୁଛନ୍ତି ବୋଲି କହିଛନ୍ତି । ଗତକାଲି ରାତିରେ ଦିନ ୪ ଟା ସମୟରୁ ଲୋକମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ରାତି୧୨ଟା ପର୍ୟ୍ୟନ୍ତ ଅଟକ ରଖିଥିଲେ । ଖବର ପାଇ ବେଗୁନିଆ ତହସିଲଦାର ତାପସ ବିଶି, ଖୋର୍ଦ୍ଧା ଏସ ଡି ପି ଓ ଦିଲ୍ଲୀପ ଦାସ ,ଜଙ୍କିଆ ଥାନା ଅଧିକାରୀ ପ୍ରଜ୍ଞା ରିତମ୍ବରା କର ,ସିକୋ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସ୍ୱାଇଁ ପୁଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପଂହଁଚି ଲୋକମାନଙ୍କୁ ବୁଝାସୁଝା କରି ଆଗାମୀ ୭ତାରିଖରେ ଭୋଟିଂ ମାଧ୍ୟମରେ ଘଟଣାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶିକ୍ଷା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories