କାଗଜ ମୁଖା ଓ ପଥର ଶିଳ୍ପର ଏକ ବର୍ଷିଆ ତାଲିମ ଶିବିର

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ପଣସବସ୍ତ ଠାରେ ଓଡିଶା ସରକାରଙ୍କର ଶିଳ୍ପ ବିଭାଗ ଦ୍ବାରା ଆୟୋଜିତ ହସ୍ତଶିଳ୍ପ ବିକାଶ ପାଠ୍ୟକ୍ରମ ଅଧୀନରେ କାଗଜ ମୁଖା ଓ ପଥର ଶିଳ୍ପର ଏକ ବର୍ଷିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ପଥରଶିଳ୍ପ ବିଭାଗରେ ବରିଷ୍ଠ ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ଅଧୀନରେ ୧୫ ଜଣ ଓ କାଗଜ ମୁଖାରେ ବରିଷ୍ଠ ଶିଳ୍ପୀ ପ୍ରମୋଦକୁମାର ପଣ୍ଡାଙ୍କ ଅଧୀନରେ୧୫ ଜଣ ତାଲିମ ନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ହସ୍ତ ଶିଳ୍ପ ବିକାଶ ଅଧିକାରୀ ରାଜକିଶୋର ପରିଡା ଓ ଦୁଇ ଶିଳ୍ପୀ ଗୁରୁ ଉପସ୍ଥିତ ରହି ପ୍ରମାଣପତ୍ର ପ୍ରଦାନ କରିବା ସହ ଅଞ୍ଚଳରେ ଶିଳ୍ପର ବିକାଶ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.