ବେଗୁନିଆ: ବେଗୁନିଆ ବ୍ଲକ ସିକୋଫାଣ୍ଡି ଅନ୍ତର୍ଗତ ବୋତଳମା ପଞ୍ଚାୟତର ଗୌଡ଼ପାଟଣା ଗ୍ରାମରେ ଜଣେ ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ ଲାଗିଥିବା ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ସମ୍ପୃକ୍ତ ଗ୍ରାମର ସ୍ବର୍ଗତ ମାଧବ ସାହୁଙ୍କ ପୁଅ ଶିଶିର ସାହୁ(୨୭) ଗତକାଲି ରାତିରେ ଖାଇ ପିଇ ଘରେ ଶୋଇଥିଲେ । ରାତିରେ ଶିଶିର ଉଠି ଘରେ ଲାଗିଥିବା ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ସେ ଅବିବାହିତ ଥିଲେ । ଖବର ପାଇ ବୋତଳମା ସରପଞ୍ଚ ପ୍ରମୋଦ କୁମାର ଦଳେଇ ଏବଂ ଗ୍ରାମର ଲୋକମାନେ ଆମ୍ବୁଲାନ୍ସ ଡାକି ତାଙ୍କୁ ପ୍ରଥମେ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସେଠାରେ କେହି କର୍ମଚାରୀ ନଥିବା ଯୋଗୁଁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏ ସଂକ୍ରାନ୍ତରେ ତାଙ୍କର ବଡ଼ ଭାଇ ସୁଧୀର କୁମାର ସାହୁ ସିକୋ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Popular Categories



