www.samajalive.in
Saturday, December 6, 2025
26.1 C
Bhubaneswar

ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ

ବେଗୁନିଆ : ଗତ କିଛିଦିନ ଧରି ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ବେଗୁନିଆ ଅଞ୍ଚଳରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାତିରୁ ମୁକୁଳିବା ପାଇଁ ଲୋକେ ଏବେ ତ୍ରାହି ତ୍ରାହି ଡାକ ଦେଉଥିବା ଦେଖିବାକୁ ମିଳୁଛି । ସକାଳ ୮ ଟା ହୋଇଗଲେ ବିଶେଷ କାମ ନଥିଲେ ଲୋକମାନେ ଘରୁ ବାହାରକୁ ବାହାରିବା ପାଇଁ କୁଣ୍ଠାବୋଧ କରୁଛନ୍ତି ।ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସବୁଆଡେ ଜନଶୂନ୍ୟ ଦେଖାଯାଉଛି । ରାସ୍ତାରେ ଗାଡ଼ି ମଟର ଯିବା ଆସିବା କମି ଯାଉଥିବାବେଳେ କାଁ ଭାଁ ଆସୁଥିବା ଯାତ୍ରୀବାହୀ ବସରେ ଯାତ୍ରୀ ମାନଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
ଏହି ଅଞ୍ଚଳରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହୁଥିବାବେଳେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଆଖୁ ରସ ,ଦହି ସର୍ବତ ,ଲେମ୍ବୁ ପାଣି ,ତରଭୁଜ ,ପଇଡ଼ ,କାକୁଡି ଏବଂ ଥଣ୍ଡା ପାନୀୟ ଦୋକାନରେ ଲୋକମାନଙ୍କୁ ଦେଖିବାକୁ ମିଳୁନି ।
ଅସହ୍ୟ ତାପମାତ୍ରା ଏବଂ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ କାଟ ଏବେ ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ।ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ପାନୀୟ ଜଳ ପାଇବାରେ ହଇରାଣ ହରକତ ହେଉଛନ୍ତି ।ଲୋକମାନେ ତାତି ପାଇଁ ଦହଗଞ୍ଜ ହୋଇ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ବେଗୁନିଆରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ବହୁ କର୍ମଚାରୀ ଅନୁପସ୍ଥିତ ରହୁଥିବାର ଦେଖିବାକୁ ମିଳୁଛି । ଆଉ କେତେକ ଜାଗାରେ କର୍ମଚାରୀ ମାନେ ଦିନ ଦିନ ନ ଆସି କାର୍ଯ୍ୟାଳୟ ଗୁଡିକ ସକାଳୁଆ ହେଉଥିବା ବେଳେ କର୍ମଚାରୀମାନେ ୧୨ ଟା ବେଳକୁ ଆସି ସଙ୍ଗେ ସଙ୍ଗେ ପଳାଇ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି। ।
ଲୋକମାନେ ବହୁ ଦୂର ଦୁରାନ୍ତରରୁ ହଇରାଣ ହରକତ ହୋଇ ଆସୁଥିବାବେଳେ କର୍ମଚାରୀ ମାନଙ୍କ ଦେଖା ନ ପାଇ ଖରା ଦାଉରୁ ରକ୍ଷା ପାଇବା ପାଇଁ କେଉଁ ଗଛ ମୂଳେ କିମ୍ବା କାହା ଦୋକାନ ବାରଣ୍ଡାରେ ଆଶ୍ରୟ ନେଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି । ପେଶୀ ହେଉଛନ୍ତି ନିରୀହ ଜନସାଧାରଣ ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପାଣି ଟିକେ ପାଇଁ ବାଟୋଇ ଓ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି ।ବ୍ଲକ ତରଫରୁ ଜଳଛତ୍ର ଆଦୋୖ ଖୋଲା ଯାଇନଥିବାର ଜଣାପଡିଛି ।ବାଟୋଇ ଓ ଯାତ୍ରୀ ମାନେ ବଜାରରେ ବିକ୍ରି ହେଉଥିବା ପାଣି ପାଉଚକୁ ୨ରୁ୩ ଟଙ୍କା ରେ କିଣି ତୃଷ୍ଣା ମେଣ୍ଟାଉଥିବା ଦେଖାଯାଉଛି ।ଏଣୁ ତୁରନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories