www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବାଦପତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ର 

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଜାଲଭାରକପିଳେଶ୍ୱରଦେବ ଉଚ୍ଚ ବିଦ୍ୟାଳୟରେ ସମ୍ବାଦ ପତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ରସହିତ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବାଦପତ୍ର ପ୍ରଦର୍ଶନୀରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଅସମୀୟା, ମରାଠୀ, ଗୁଜରାଟୀ, ତେଲୁଗୁ, ତାମିଲ, ମାଲାୟଲମ, ସାନ୍ତାଳୀ, ନେପାଳି ଏବଂ ଇଂରାଜୀ ଆଦି ଭାଷାରେ ପ୍ରକାଶିତ ୨୨୫ଟି ଭିନ୍ନ ଭିନ୍ନ ସମ୍ବାଦପତ୍ର ପ୍ରଦର୍ଶିତ କରାଯାଇଥିଲା । ୯୦ଟି ଖବରକାଗଜରୁ ବହି ପ୍ରଦର୍ଶିତ ହୋଇଥିଲା । ଛାତ୍ର ପ୍ରତିଭା ବିକାଶ ଗବେଷଣା ପ୍ରଶିକ୍ଷଣ କେନ୍ଦ୍ର ଓ ରାଧାବଲ୍ଲଭ ପାଠାଗାର, ଗଡମାଣତିର ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଧାନଶିକ୍ଷକ ଶିବନାରାୟଣ ଦାଶ ସଭାପତିତ୍ୱ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଶଗଡ଼ଭଙ୍ଗା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ହରେକୃଷ୍ଣ ସାଥୁଆ, ମୁଖ୍ୟବକ୍ତା ସୁବାଷ ଚନ୍ଦ୍ର ରାୟ ଏବଂ ଅନ୍ୟତମ ଅତିଥି ଭାବେ ଶ୍ରୀନିବାସ ମିଶ୍ର, ବିଜୟ କୁମାର ମିଶ୍ର, ରମାକାନ୍ତ ସାମନ୍ତରାୟ, ଯୋଗୀନାଥ ସ୍ୱାଇଁ, ଶ୍ରୀନିବାସ ରଣସିଂହ ଯୋଗଦେଇ ସମ୍ବାଦପତ୍ର ପଠନର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଆୟୋଜକ ଶିକ୍ଷାବିତ ବଳରାମ ରଣସିଂହ ଅଲୋଚନାଚକ୍ର ଓ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ସମ୍ବାଦପତ୍ର ବିଦ୍ୟାର୍ଥୀର ଜ୍ଞାନର ପରିସରକୁ ବ୍ୟାପକ କରିଥାଏ ଏବଂ ଏକ ଉତ୍ତମ ବ୍ୟକ୍ତିତ୍ୱ ଗଠନ ଦିଗରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ସସ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଘମିତ୍ରା ରଥ ଅତିଥି ପରିଚୟ ଓ ପ୍ରତିଭା ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories