www.samajalive.in
Saturday, December 6, 2025
26.1 C
Bhubaneswar

ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଅଭିଯୁକ୍ତକୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ

ହରଭଂଗା: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁବାର ହରଭଂଗା ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଅଭିଯୁକ୍ତଙ୍କ ଗିରଫ ଦାବିରେ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବି.ଡି.ଓଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସମସ୍ତେ ଧାରଣାରେ ବସିରହିଛନ୍ତି ।
ସୂଚନା ଥାଉ କି ଗତ ବୁଧବାର ଅପରାହ୍ଣ ୪ ଟା ସମୟରେ ସହକାରୀଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀଙ୍କ ସରକାରୀ ବାସଭବନ ସମୁଖରେ ତାଙ୍କୁ ଜଣେ ବିଜେଡି କର୍ମୀ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାସହ ତାଙ୍କ ସହ ଥିବା ଅନ୍ୟମାନେ ମଧ୍ୟ ଯନ୍ତ୍ରୀଙ୍କୁ ମାଡ ମାରିଥିଲେ ବୋଲି ସେ କହିଛନ୍ତି।
ଯନ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ଏହି ଘଟଣାର ପୁନରାବୃତ୍ତି ନହେବା ଏବଂ ଅଭିଯୁକ୍ତଙ୍କ ଗିରଫ ଦାବିରେ ସମସ୍ତ ସରକାରୀ କର୍ମଚାରୀ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇ ଏହାର ଦୃଢ଼ ପ୍ରତିବାଦ ଜଣାଇଛନ୍ତି । ଆଜିର ଆନ୍ଦୋଳନରେ ବ୍ଲକ ସହକାରୀ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, ମନୋଜ ଦଣ୍ଡପାଟ,ମନୋଜ ପାଣିଗ୍ରାହୀ, ଦିବ୍ୟଲୋଚନ ନାୟକ, ପ୍ରଣବ ବେହେରା ,ରାଜେଶ କୁମାର ଧୀର, ମଧୁସୂଦନ ଦୋରା ,ଏପିଓ ହେମନ୍ତ ପ୍ରଧାନ ,ସୁବ୍ରତ ମିଶ୍ର, ରବିନାରାୟଣ ସାହୁ,ସେକ୍ସନ ଅଫିସର ବିଜୟ କୁମାର ପାଢୀ ପ୍ରମୁଖ ସାମିଲ ଅଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories