www.samajalive.in
Sunday, December 7, 2025
26.1 C
Bhubaneswar

ମୃତ୍ୟୁର ୫ ବର୍ଷ ପରେ ମିଳିନି ସର୍ପ।ଘାତ ସହାୟତା

ବେଗୁନିଆ : ସରକାର ଲୋକମାନଙ୍କର ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ବଜ୍ରପାତ ଏବଂ ସର୍ପ।ଘାତ ଭଳି ଦୈବୀ ଦୁର୍ବିପାକରେ ଅକାଳ ମୃତ୍ୟୁ ବରଣ କଲେ ସରକାର ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରିଛନ୍ତି । ଜରୁରୀକାଳୀନ ବିଭାଗ ମାଧ୍ୟମରେ ଏହି ଅର୍ଥ ପ୍ରଦାନ ପାଇଁ ସରକାରଙ୍କର ଠୋସ ନିର୍ଦେଶ ରହିଥିବା ସତ୍ତ୍ୱେ କିଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଖାମଖିଆଲି ଏବଂ ବେପରୁଆ ମନୋଭାବ ଯୋଗୁଁ ଅନେକ ପରିବାର ଏଥିରୁ ବଞ୍ଚିତ ହୋଇ ଦୁଃଖରେ ଦିନ କାଟୁଥିବାବେଳେ ସରକାରଙ୍କର ଯୋଜନା ପ୍ରଶାସନିକ ଅଧିକାରୀ ମାନଙ୍କ ଯୋଗୁଁ ବାଟବଣା ହେଉଥିବାର ଅଭିଯୋଗ ହେଉଛି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅଧିନସ୍ଥ ବାସୁଦେବପୁର ଗ୍ରାମରେ ।ସମ୍ପୃକ୍ତ ଗ୍ରାମର ମକର ବେହେରା(୩୨)ଏଠାରେ କାମ ନପାଇ ପରିବାର ପ୍ରତିପୋଷଣ କରିବା ନିମନ୍ତେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଧନୁରବେଲାରି ଗ୍ରାମରେ ଯାଇ ପଥରକାମ କରୁଥିଲେ । ଗତ୨୦୧୬ ମସିହା ଜୁଲାଇ ମାସ୧୩ ତାରିଖ ରାତିରେ ଶୌଚ ହେବା ପାଇଁ ଯାଇଥିବା ବେଳେ ସେ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟରେ ସେ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିବାର ପ୍ରମାଣ ମଧ୍ୟ ରହିଛି । ସ୍ୱାମୀଙ୍କ ଅକାଳ ବିୟୋଗରେ ୩ ଟି ଛୋଟ ଛୋଟ ପିଲାଙ୍କୁ ଧରି ଅପାସୋରା ଦୁଃଖ ରେ କାଳ କାଟୁଛନ୍ତି ବିଧବା ରମାମଣି ବେହେରା । ବର୍ଷ ପରେ ବର୍ଷ ବିତି ସ୍ୱାମୀ ମୃତ୍ୟୁବରଣ କରିବାର ଇତି ମଧ୍ୟରେ ୫ ବର୍ଷ ହୋଇଗଲାଣି । କିନ୍ତୁ
ମିଳିନି ସରକାରୀ ଆର୍ଥିକ ସହାୟତା । ରମାମଣି ଧୂପ କାଠି ବୋଳି ରୋଜଗାର କରୁଥିବା ଅର୍ଥରେ ଚାରି ପ୍ରାଣୀ କୁଟୁମ୍ବ ମାସଯାକ ଚଳିଥାନ୍ତି ।ସରକାରୀ ଭାବେ ମିଳୁଛି ବିଧବା ଭତ୍ତା ଏବଂ ୨୦ କେଜି ଚାଉଳ । ପିଲା ୩ଟିଙ୍କୁ କେମିତି ମଣିଷ କରିବେ ସେହି ଚିନ୍ତାରେ ରମାମଣିଙ୍କ ଆଖିରୁ ଲୁହ ଶୁଖୁନି ।ସ୍ୱାମୀ ମକର ଶ୍ରମିକ ଭାବେ କାମ କରିବା ପାଇଁ ବାଲିକୁଦା ବ୍ଲକକୁ ଯାଇଥିବାବେଳେ ସେଠାରେ ସର୍ପ।ଘାତରେ ମୃତ୍ୟୁ ବରଣ କରିଥିଲେ ।ସମସ୍ତ କାଗଜ ପତ୍ର ଠିକ ଥାଇ  ସରକାରୀ ଆର୍ଥିକ ସହାୟତା ପାଇବା ପାଇଁ ରମାମଣି ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିବା ବେଳେ ସେ ବାଲିକୁଦାରେ ମରିଥିବା ଯୋଗୁଁ ସେଠାର ତହସିଲଦାର ତୁମକୁ କ୍ଷତିପୂରଣ ଦେବେ ବୋଲି କହି କାଗଜ ପତ୍ର ସେଠାକୁ ପଠାଯାଇଥିଲା ।
ପରେ ବାଲିକୁଦା ତହସିଲ କାର୍ଯ୍ୟାଳୟ ତରଫରୁ ୧୦ ଟି ପଏଣ୍ଟ ଉପରେ କାଗଜ ପତ୍ର ଦେବା ପାଇଁ ଚିଠି କରିବା ପରେ ବେଗୁନିଆ ତହସିଲଦାର ତାଙ୍କର ଚିଠି ନଂ୩୧୪୭ ତା୧.୧୦.୨୧ ରେ ସମସ୍ତ କାଗଜାତ ପଠାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସହାୟତା ମିଳିନାହିଁ। ରାମାମଣୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ବାସୁଦେବପୁର ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories