www.samajalive.in
Saturday, December 6, 2025
19.1 C
Bhubaneswar

ବେଗୁନିଆ ତହସିଲରେ କର୍ମଚାରୀ ଅଭାବ ଯୋଗୁଁ ଜନସାଧାରଣଙ୍କ କାର୍ୟ୍ୟ ବ୍ୟାହତ 

ବେଗୁନିଆ : ସରକାର ଜନସାଧାରଣଙ୍କ ହିତ ନିମନ୍ତେ ଯୋଜନା ପ୍ରଣୟନ କରୁଛନ୍ତି । ପ୍ରକୃତରେ ସେହି ଯୋଜନା ଗୁଡିକ ତଳ ସ୍ତରରେ କେତେଦୂର କାର୍ୟ୍ୟକାରୀ ହେଉଛି ଏବଂ ଜନସାଧାରଣ ତାର ସୁଫଳ ନାଁ ନାହିଁ ତାହା ଅନୁଧ୍ୟାନ କରାଯାଉନଥିବା ଅଭିଯୋଗ ହେଉଛି ।ବେଗୁନିଆ ତହସିଲ କାର୍ୟ୍ୟାଳୟରେ ଦୀର୍ଘ ବର୍ଷ ହେବ କର୍ମଚାରୀ ଅଭାବ ଲାଗି ରହିଛି ।ଫଳରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ଯୋଗୁଁ ସରକାର ଜନସାଧାରଣଙ୍କ ପାଇଁ ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା କାର୍ୟ୍ୟକ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି । ବେଗୁନିଆ ତହସିଲରେ ୩ ଜଣ କନିଷ୍ଠ କିରାଣୀ ରହିବା ପାଇଁ ଥିବାବେଳେ ଜଣେ ଅଛନ୍ତି । ଜଣେ ବରିଷ୍ଠ କିରାଣୀ ଥିବାବେଳେ ମୁଖ୍ୟକିରାଣୀ ପଦବୀ ନାହିଁ । ଅମିନ ୭ ଜଣରୁ ଜଣକୁ ଡେପୁଟେସନରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ନିଆଯାଇଛି । ସେହିପରି ବେଗୁନିଆ ,ବାଘମାରୀ ,କୁରାଢ଼ିଲ ଏବଂ ସିକୋ ସମେତ ୪ ଟି ରାଜସ୍ୱ ସର୍କଲରେ ୪ ଜଣ ଏ ଆର ଆଇଙ୍କ ସହିତ ୪ଜଣ ପିଅନ ନଥିବାରୁ କେବଳ ଆର ଆଇ ମାନଙ୍କୁ ନେଇ ଚାଲିଛି ରାଜସ୍ୱ କାର୍ୟ୍ୟାଳୟ ।ଫଳରେ ରାଜସ୍ୱ କେଶ ଗୁଡିକ ଫଇସଲା କରିବାରେ ଘୋର ବାଧା ସୃଷ୍ଟି ହେଉଛି ।ରାତ୍ରଜଗୁଆଳି ଏବଂ ଡ୍ରାଇଭର ମଧ୍ୟ ନାହାଁନ୍ତି ।କର୍ମଚାରୀ ଅଭାବରୁ ତହସିଲ ସମ୍ପର୍କିତ ନୋଟିସ ଜାରି, ମ୍ୟୁଟେସନ ,ଡିମାରକେସନ ,ବସୁନ୍ଧରା ,ଲିଜ , ଜଗନ୍ନାଥ ଙ୍କ ଜମିଜମା ସଂଶୋଧନ ,କଲେକ୍ସନ ,ବିଭିନ୍ନ ସାର୍ଟିଫିକେଟ ତଦନ୍ତ ଆଦି କାର୍ୟ୍ୟ କରିବାରେ ବାଧା ସୃଷ୍ଟି ହେଉଛି ।ଏପରିକି କାର୍ୟ୍ୟାଳୟର କର୍ମଚାରୀମାନେ ଠିକ ଭାବରେ ଦରମା ପାଉନାହାନ୍ତି ।ଦୈନଦିନ ଜନସାଧରଣଙ୍କର ଆଶା ମୁତାବକ କାମ ହୋଇପାରୁନି ।ଯେଉଁ କେତେଜଣ କର୍ମଚାରୀ ଅଛନ୍ତି ସେମାନେ କେବଳ ଉଚ୍ଚ କର୍ତୃପକ୍ଷଙ୍କର ଜରୁରୀକାଳୀନ କାର୍ୟ୍ୟ ଉପରେ ଧ୍ୟାନ ଦେଉଛନ୍ତି ।ଏଠାରେ ଥିବା ଦୁଇଜଣ କିରାଣୀଙ୍କ ମଧ୍ୟରୁ ଜଣେ ନାଜର ସେକ୍ସନ ରେ ଏବଂ ଅନ୍ୟ ଜଣେ ରେକର୍ଡରୁମ ଦାୟିତ୍ବରେ ଅଛନ୍ତି ।ଫଳରେ ଜରୁରୀକାଳୀନ କାର୍ୟ୍ୟ ଏବଂ ଜନସାଧାରଣଙ୍କ ଅନ୍ୟାନ୍ୟ ସମସ୍ତ କାର୍ୟ୍ୟ ଅଶାନୁରୂପକ ଭାବେ ହୋଇପାରୁନାହିଁ । ଫଳରେ ଜନ ସାଧାରଣଙ୍କ ଅସନ୍ତୋଷ ଦେଖାଯାଉଛି।  ବେଗୁନିଆ ତହସିଲର ସମ ସାମୟିକ ଅନ୍ୟ ତହସିଲକୁ ସରକାର ଷ୍ଟାପିଙ୍ଗ ପ୍ୟାଟର୍ନରେ ନେଇ ନିୟମାନୁସାରେ କର୍ମଚାରୀ ଯୋଗାଇ ଦେଇଥିବାବେଳେ ବେଗୁନିଆ ତହସିଲ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏବେ ଗତ ସପ୍ତାହରେ ଜିଲ୍ଲାପାଳ ୧୫ ଜଣ କିରାଣୀଙ୍କୁ କର୍ମଚାରୀ ଥିବା ବୋଲଗଡ଼ ,ଚିଲିକା ଏବଂ ବାଣପୁର ତହସିଲରେ ନିଯୁକ୍ତି ଦେଇଥିବାବେଳେ ବେଗୁନିଆ ତହସିଲରେ ଜଣେ ହେଲେ କିରାଣୀଙ୍କୁ ନିଯୁକ୍ତି ଦେଇ ନାହାନ୍ତି। ଜିଲ୍ଲାପାଳ ଜନସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ଉକ୍ତ ତହସିଲକୁ କର୍ମଚାରୀ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories