www.samajalive.in
Saturday, December 6, 2025
19.1 C
Bhubaneswar

ସ୍ଵର୍ଗଦ୍ଵାରରେ ହେଲା ଅଭିନେତା ଗୁଡୁଙ୍କ ମାଆ ଗୀତାଞ୍ଜଳିଙ୍କ ଅନ୍ତିମ ସଂସ୍କାର; ଗ୍ରାମବାସୀଙ୍କୁ ପୁଅ ବାହାଘର ଭୋଜି ଦେବା ରହିଗଲା ଅବଶୋଷ

ପାଟଣା : ଜଣାଶୁଣା ହାସ୍ୟ ଅଭିନେତା ଗୁଡୁ ଓରଫ ସାଓ୍ବନ ସୁମନ ନାୟକଙ୍କ ମାଆ ତଥା ପାଟଣା ବ୍ଲକ ଗୋଡିପୋଖରୀ ଗ୍ରାମର ବାସିନ୍ଦା ଏଜି କର୍ମଚାରୀ ବିଜୟ କୁମାର ନାୟକଙ୍କ ପତ୍ନୀ ଗୀତାଞ୍ଜଳି ସିଂହ(୫୪)ଙ୍କର ଗତ ସନ୍ଧ୍ୟାରେ ଭୁବନେଶ୍ଵର-କେନ୍ଦୁଝରଗଡ ଯାତ୍ରୀବାହୀ ରେଳରୁ ଖସି ଯଖପୁରା ଷ୍ଟେସନରେ ଅକାଳ ମୃତ୍ୟୁ ଘଟିଥିଲା । ଆଜି ଦାନଗଦିରେ ଶବ ବ୍ୟବଚ୍ଛେଦ ପରେ ମରଶରୀର ସ୍ଵର୍ଗଦ୍ଵାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ଗ୍ରାମରେ ପୁଅ ଗୁଡୁଙ୍କ ବିବାହ ଭୋଜି ଅକ୍ଟୋବର ୩ରେ ଦେବା ପୂର୍ବରୁ ଗୀତାଞ୍ଜଳିଙ୍କ ପୁଅ ବାହା ଭୋଜି ଦେବା ଅବଶୋଷ ରହିଯିବା ଚର୍ଚ୍ଚାର ପ୍ରସଙ୍ଗ ହେଇଛି ।

ସୂଚନା ଯୋଗ୍ୟ ଯେ, ଗୁଡୁଙ୍କ ବିବାହ ଅଗଷ୍ଟ ୧୦ରେ କେନ୍ଦ୍ରାପଡାରେ ହୋଇଥିଲା । ଗୀତାଞ୍ଜଳିଙ୍କ ବିୟୋଗରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକ, ସାମାଜସେବୀ କୁଳମଣୀ ମଣ୍ଡଳ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ସମାଜସେବୀ ଅଖିଳ ଚନ୍ଦ୍ର ନାଏକ, ବିଜେପି ନେତା ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଧାକାନ୍ତ ମହାନ୍ତ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ପାଟଣା ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଗୀତାଞ୍ଜଳିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ହସିଲା ପୁରିଲା ସଂସାରରେ ଦୁଖର କଳା ବାଦଲ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories